Home ଜିଲ୍ଲା ପରିକ୍ରମା କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ବିୟୋଗରେ ଶୋକ

କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ବିୟୋଗରେ ଶୋକ

53

ବାଲେଶ୍ୱର, ୨୨ – ୯ (ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରୀୟ ପୂର୍ବତନ ସୈନିକ ସମନ୍ୱୟ ସମିତି, ଓଡ଼ିଶା ରାଜ୍ୟ ଶାଖା ଉପଦେଷ୍ଟା ମଣ୍ଡଳୀର ସଭାପତି, ପୂର୍ବତନ ରାଜ୍ୟ ଶାଖା ସଭାପତି ତଥା କେନ୍ଦ୍ରୀୟ ସମିତି ପୂର୍ବାଞ୍ଚଳ ସଭାପତି କର୍ଣ୍ଣେଲ ବିଦ୍ୟାକ୍ଷର ସିଂହଙ୍କର ଗତ ୧୮ ତାରିଖରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ବିୟୋଗରେ ରାଜ୍ୟ ଓ କେନ୍ଦ୍ରୀୟ ପୂର୍ବତନ ସୈନିକ ଗୋଷ୍ଠୀ ମଧ୍ୟରେ ଶୋକ ପ୍ରକାଶ ପାଇଛି। ସେ ଜଣେ ସରଳ, ଅମାୟିକ, ପରୋପକାରୀ ଓ ସମାଜସେବାରେ ବ୍ରତୀ ଥିବା ମଣିଷ ଥିଲେ। କରୋନାରେ ସଂକ୍ରମିତ ହୋଇ ପ୍ରଥମେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ, ଜ୍ୟୋତି କୋଭିଡ଼ ହସପିଟାଲ ଓ ପରେ ଭୁବନେଶ୍ୱରସ୍ଥ ସୋମ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ହର୍ଷବର୍ଦ୍ଧନ ସିଂ ମୁଖାଗ୍ନୀ ଦେଇଥିଲେ। ପତ୍ନୀ କନକଲତା ସିଂ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ପୁଅ ସଂକ୍ରମିତ ହୋଇ ନାହାନ୍ତି। ତାଙ୍କର ଝିଅ ବିବାହିତ। ସେନାବାହିନୀରୁ ଅବସର ପରେ ସେ ରୋଟାରୀ କ୍ଲବରେ ଯୋଗଦେଇ ଲୋକମାନଙ୍କର ସେବାନେ ନିଜକୁ ବ୍ରତୀ କରାଇଥିଲେ। ତାଙ୍କର ଘର ମୟୁରଭଞ୍ଜ ଜିଲା ସୋନପୋଖରୀରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.