Home Top News କର୍ଣ୍ଣାଟକରେ କଂଗ୍ରେସର ନିର୍ବାଚନ ସର୍ଭେ : ୧୪୦ ଆସନ ଜିତିବ ବୋଲି କଂଗ୍ରେସର ଦାବି

କର୍ଣ୍ଣାଟକରେ କଂଗ୍ରେସର ନିର୍ବାଚନ ସର୍ଭେ : ୧୪୦ ଆସନ ଜିତିବ ବୋଲି କଂଗ୍ରେସର ଦାବି

122

ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ମାତ୍ର ୨ ମାସ ବାକି ଅଛି। ଏହା ପୂର୍ବରୁ କଂଗ୍ରେସ ଏକ ଆଭ୍ୟନ୍ତରୀଣ ସର୍ଭେ କରିଛି, ଯାହାର ଫଳାଫଳ ଆସିଛି। କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଦାବି କରିଛନ୍ତି ଯେ ଏହି ସର୍ଭେରୁ ଜଣାପଡିଛି ଯେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୦ ରୁ ଅଧିକ ସିଟ୍ ପାଇବ। ସେ କହିଛନ୍ତି ଯେ ଶାସକ ବିଜେପିର ଅନେକ ବିଧାୟକ କଂଗ୍ରେସରେ ଯୋଗ ଦେଇପାରନ୍ତି।

କଂଗ୍ରେସ ନେତା ମଧ୍ୟ ବିଜେପି ବିଷୟରେ ଏକ ବଡ଼ ଦାବି କରି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପି ୬୫ ରୁ କମ୍ ଆସନ ପାଇବାକୁ ଯାଉଛି।

ଏଠାରେ ସୂଚନା ଦିଆଯାଇପାରେଯେ, ଜାନୁଆରୀ ୨୦୨୩ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ସ୍ୱତନ୍ତ୍ର ଏଜେନ୍ସି ସର୍ଭେ କରିଥିଲା। ହାଇଦ୍ରାବାଦରେ ଅବସ୍ଥିତ ଏସ୍‌ଏଏସ୍‌ ଗ୍ରୁପ୍ ଏବଂ କର୍ଣ୍ଣାଟକର ଆଇପିଏସ୍ଏସ୍ ଟିମ୍ ମିଳିତ ଭାବେ ଏହି ସର୍ଭେ କରିଥିଲେ। ସର୍ଭେ ପାଇଁ ତଥ୍ୟ ୨୦ ନଭେମ୍ବର ୨୦୨୨ ରୁ ଜାନୁୟାରୀ ୧୫, ୨୦୨୩ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା।

କର୍ଣ୍ଣାଟକରେ ୨୨୪ ଟି ବିଧାନସଭା ଆସନ ଅଛି। ଏହି ସର୍ଭେ ଅନୁଯାୟୀ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୮ ରୁ ୧୧୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିବ ବୋଲି ଆକଳନ କରାଯାଇଥିଲା।

ଆଭ୍ୟନ୍ତରୀଣ ସର୍ଭେରେ ନୁହେଁ, ସ୍ୱାଧୀନ ଏଜେନ୍ସିର ସର୍ଭେରେ ମଧ୍ୟ କଂଗ୍ରେସ ସବୁଠୁ ବଡ ଦଳ ହେବାକୁ ଯାଉଛି। ଯଦି ଆଭ୍ୟନ୍ତରୀଣ ସର୍ବେକ୍ଷଣର ଦାବି ସତ, ତେବେ ସରକାର ଗଠନ ପାଇଁ କଂଗ୍ରେସ କାହାର ସମର୍ଥନ ଆବଶ୍ୟକ କରିବ ନାହିଁ।

ଡି.କେ ଶିବକୁମାର କହିଛନ୍ତିଯେ, ବିଜେପି ଏଥର ୬୫ ରୁ କମ୍ ସିଟ୍ ଜିତିବ। ଦୁଇମାସ ପୂର୍ବେ, SAS ଗ୍ରୁପ୍‌ର ସର୍ଭେରେ ମଧ୍ୟ ବିଜେପି ୬୫ ରୁ ୭୫ ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଥିଲା। ଜାନୁଆରୀରେ SAS ସର୍ଭେରେ ଜନତା ଦଳ ସିକ୍ୟୁଲାର୍ (ଜେଡିଏସ୍) ୨୪-୩୪ ସିଟ୍ ପାଇବ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.