Home ଜିଲ୍ଲା ପରିକ୍ରମା କରୋନା ରୋଗୀଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁଜିଲ୍ଲାରେ ୨୪ଘଟିଂଆ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଗଲା

କରୋନା ରୋଗୀଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁଜିଲ୍ଲାରେ ୨୪ଘଟିଂଆ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଗଲା

18

ମାଲକାନଗିରି,୨୮ । ୪ (ଓଡିଆ ପୁଅ )କରୋନା ରୋଗୀଙ୍କୁ ତୁରନ୍ତ ହସପିଟାଲ କିମ୍ବା କୋଭିଡ କେୟାର ସେଟଂର ରେ ପହଁଚାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୨୪ଘଟିଂଆ ଆମ୍ବୁଲାନ୍ସ ସେବା ଯୋଗଇ ଦିଆ ଯାଇଛି । ଏଥି ନିମନ୍ତେ ୮ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ କୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ମାଲକାନଗିରି ସହରପାଇଁ ଦୁଇଟି ନୂଆ ଆମ୍ବୁଲାନ୍ସ ସହ କାଲିମେଳା,ଚିତ୍ରକୋଣ୍ଡ.ମାଥିଲି ବ୍ଲକ ପାଇଁ ୩ଟି,ବାଲିମେଳା ଏନଏସି ଅଚଂଳ ପାଇଁ ଗୋଟିଏ ଓ ସୀମାନ୍ତ ମୋଟୁ ଅଚଂଳପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖା ଆମ୍ବୁଲାନ୍ସ ଯୋଗାଇ ଦିଆ ଯାଇଛି । ଆମ୍ବୁଲାନ୍ସ ନମ୍ବର ,ଡ୍ରାଇଭର ଙ୍କ ନାମସହ ମୋବାଇଲ ନମ୍ବର ଜନସାଧାରଣ ଙ୍କ ଅବଗତି ନିମନ୍ତେ ଜିଲ୍ଲାପାଳ ଡ.ୟେଦୁଲା ବୀଜୟ ଟୁଇଟ କରି ଜଣାଇଛନ୍ତି । ମହାମାରି କରୋନା ଦିନକୁ ଦିନ ବ୍ୟାପିଚାଲିଥିବା ବେଳେ କୋଭିଡ ନିୟମ ପାଳନ କରିବା,ମାସ୍କ ପିନ୍ଧିବା,ସାମାଜିକ ଦୂରତା ଅବଲମ୍ବନକରିବା ପାଇଁ ଜନସାଧରଣଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବାର୍ତାଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.