Home Coronavirus Outbreak କରୋନା ତାଲାବନ୍ଦ ପାଇଁ ପୁଣି ଓଜେଇଇ ଆବେଦନ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

କରୋନା ତାଲାବନ୍ଦ ପାଇଁ ପୁଣି ଓଜେଇଇ ଆବେଦନ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

1737

ଭୁବନେଶ୍ୱର ୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ନହେବା ପାଇଁ କେନ୍ଦ୍ର ଓରାଜ୍ୟ ସରକାର ଦେଶ-ରାଜ୍ୟରେ କରିଥିବା ତାଲାବନ୍ଦ ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ ଅନଲାଇନ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୭ରେ ପଞ୍ଜୀକରଣର ଶେଷ ତାରଖ ଧାର୍ଯ୍ୟ କରାଯାଇଥିଲା। କରୋନା ଯୋଗୁ ଚଳିତ ମାସ ୨୫ତାରଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରେ ଆଡମିଟ କାର୍ଡ ପ୍ରଦାନ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.