Home ଆନ୍ତର୍ଜାତୀୟ କରୋନା କାରଣରୁ ଦାରିଦ୍ର‌୍ୟରେ ବୁଡ଼ିଯିବେ ବିଶ୍ୱର ୨୭୦ କୋଟି ଏବଂ ଭାରତର ୪୦ କୋଟି ଲୋକ...

କରୋନା କାରଣରୁ ଦାରିଦ୍ର‌୍ୟରେ ବୁଡ଼ିଯିବେ ବିଶ୍ୱର ୨୭୦ କୋଟି ଏବଂ ଭାରତର ୪୦ କୋଟି ଲୋକ ..

1134

ଭୁବନେଶ୍ୱର: କରୋନା ଭାଇରସ୍ ପ୍ରକୋପରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ବିଶ୍ୱର ୨୭୦ କୋଟି ଲୋକ ଏବଂ ଭାରତରେ ୪୦ କୋଟି ଲୋକ ଦାରିଦ୍ର‌୍ୟରେ ବୁଡ଼ିଯିବେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏପରି ଭୟଙ୍କର ଭବିଷ୍ୟବାଣୀ କରିଛି। କରୋନା ଭୂତାଣୁ (କୋଭିଡ-୧୯) ଦିନକୁ ଦିନ ଅଧିକ ଭୟଙ୍କର ହେଉଛି। ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଲାଣି। ତେବେ ଏହାକୁ ନେଇ ଲକ୍‌ ଡାଉନ୍‌ ଘୋଷଣା ଯୋଗୁଁ ବିଶ୍ୱର ପ୍ରାୟ ୨୭୦ କୋଟି କର୍ମଚାରୀଙ୍କ ଜୀବିକା ଏବେ ସଙ୍କଟରେ। କେବଳ ବିମାନ ଚଳାଚଳ କ୍ଷେତ୍ରରେ ୨.୫ କୋଟି ଚାକିରି ବିପଦରେ ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ପ୍ରକାଶ କରିଛି। ଲକ୍ ଡାଉନ୍ କାରଣରୁ ବିମାନ ଚଳାଚଳ ବନ୍ଦ ହେବାରୁ ଏପରି ସଙ୍କଟ ଦେଖାଦେଇଛି। କରୋନା ଭାଇରସ୍ କାରଣରୁ ଘୋଷିତ ଲକ୍ ଡାଉନ୍ ପ୍ରଭାବ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶ୍ୱର ୨୭୦ କୋଟି କର୍ମଚାରୀଙ୍କ ଉପରେ ପଡିଥିବା ଆଇଏଲ୍‌ଓ ପ୍ରକାଶ କରିଛି। ଲକ୍ ଡାଉନର ପ୍ରଭାବ ବିଶେଷ କରି ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଅଧିକ ପଡ଼ିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତ ରାଷ୍ଟ୍ରଗୁଡିକୁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି।

ଆଇଏଲ୍‌ଓର ଭୟଙ୍କର ଭବିଷ୍ୟବାଣୀ :-

ଆଇଏଲ୍‌ଓ ପ୍ରକାଶ କରିଛି ଯେ, ନିମ୍ନ ଏବଂ ମଧ୍ୟ ଆୟକାରୀ ରାଷ୍ଟ୍ରରେ ସର୍ବାଧିକ ପ୍ରଭାବିତ ହୋଇଥିବା ଶିଳ୍ପରେ ଅଧିକାଂଶ କର୍ମଚାରୀ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଏବଂ ସାମାଜିକ ସୁରକ୍ଷା ଆଦି କ୍ଷେତ୍ରରେ ଏମାନଙ୍କ ପହଞ୍ଚ ସୀମିତ। ଏମାନଙ୍କ ନିରାପତ୍ତା ପାଇଁ ସେଭଳି ଉପଯୁକ୍ତ ନୀତି ନଥିବା କାରଣରୁ ଏମାନଙ୍କୁ ଆଗକୁ ଉତ୍କଟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ପୁଣି ଥରେ ନୂଆ ଜୀବିକା ହାସଲ କରିବା ପାଇଁ ଏମାନଙ୍କୁ ସଂଘର୍ଷ କରିବାକୁ ପଡ଼ିପାରେ ବୋଲି ଆଇଏଲ୍‌ଓ ଆକଳନ କରୁଛି। ଭାରତ, ନାଇଜେରିଆ ଏବଂ ବ୍ରାଜିଲରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ସଂଖ୍ୟାରେ କର୍ମଚାରୀ ଲକ୍ ଡାଉନ୍ ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ଭାରତରେ ପ୍ରାୟ ୯୦% କର୍ମଚାରୀ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ କୋଟି ଲୋକଙ୍କ ଜୀବିକା ସଙ୍କଟରେ ପଡ଼ିପାରେ ବୋଲି ଅନୁମାନ କରୁଛି ଆଇଏଲ୍‌ଓ। /-ଦେବଦତ୍ତ ରଥ

ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.