Home କନ୍ଧମାଳ କରୋନା କଟକଣା ମଧ୍ୟରେ ବାଲିଗୁଡାରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ

କରୋନା କଟକଣା ମଧ୍ୟରେ ବାଲିଗୁଡାରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ

55

ବାଲିଗୁଡା, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସରକାରଙ୍କ ନିୟମ ଅନୁସାରେ ଚଳିତବର୍ଷ ସାମୁହିକ ପ୍ୟାରେଡ୍ ଅନୁଷ୍ଠିତ ହୋଇନାହିଁ। କରୋନା ମୁକାବିଲାରେ ଉତ୍ସର୍ଗୀକୃତ ସମସ୍ତ ଯୋଦ୍ଧାଙ୍କୁ ଆମେ ସମ୍ମାନ ଜଣାଇବା ସହ ସହଯୋଗ କରିବା ଆବଶ୍ୟକ ଏବଂ ସରକାରଙ୍କ ନିୟମ ମାନି ଚଳିଲେ ମହାମାରୀ କରୋନାକୁ ଆମେ ହରାଇ ପାରିବା ବୋଲି ଅଭିଭାଷଣରେ କହିଛନ୍ତି ଉପଜିଲ୍ଲାପାଳ। ଶେଷରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.