Home Coronavirus Outbreak କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଲା

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଲା

64

ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ପୁଣି ୨୧୨ ନୂତନ ଚିହ୍ନଟ ହେବା ଫଳରେ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭ରେ ପହଞ୍ଚିଛି।ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି। ଚିହ୍ନଟ ପଜିଟିଭିଙ୍କ ମଧ୍ୟରୁ ୪୪୭୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୨ରହିଛି। କେବଳ ପୁରୀ ମ୍ୟୁନିସପାଲିଟିରେ ୨୧୫୨ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୫୬୯ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ଅନ୍ୟପକ୍ଷରେ କୋଣାର୍କ ଏନ୍‌ଏସିର ଚିହ୍ନଟ ୪ଜଣ ପଜିଟିଭ, ପିପିଲି ଏନ୍‌ଏସିର ଚିହ୍ନଟ ୬ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍‌ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ମୋଟାମୋଟିଭାବେ ଗତ କିଛିଦିନ ଧରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.