Home Coronavirus Outbreak କରୋନାରେ ୫୭ ଆକ୍ରାନ୍ତ ସହ ସମୁଦାୟ ହେଲେ ୧୧ଶହ, ବଡ଼ପଣ୍ଡୁସର ସଟ୍‌ଡାଉନ

କରୋନାରେ ୫୭ ଆକ୍ରାନ୍ତ ସହ ସମୁଦାୟ ହେଲେ ୧୧ଶହ, ବଡ଼ପଣ୍ଡୁସର ସଟ୍‌ଡାଉନ

156

ନୟାଗଡ଼, ୧୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ନୟାଗଡ଼ ଜିଲାରେ ପୁଣି ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାପୁର ବ୍ଳକରୁ ୨୭ଜଣ ଚିହ୍ନଟ ହୋଇଥିବାବେଳେ ଦଶପଲ୍ଳାରେ ୩ଜଣ, ଖଣ୍ଡପଡ଼ାରେ ୭ଜଣ, ଓଡ଼ଗାଁରେ ୧୬ଜଣ, ରଣପୁରରେ ୪ଜଣ ଚିହ୍ନଟ ହୋଇଛନ୍ତି। ଆଜିର ୫୭ କରୋନା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହରେ ପହଂଚିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୟାଗଡ଼ ବ୍ଳକର ବଡ଼ପଣ୍ଡୁସର ପଂଚାୟତକୁ ସରପଂଚ ୩ଦିନ ସଟ୍‌ଡାଉନ କରିଛନ୍ତି। ଏହି ସଟଡାଉନ୍ ୧୨ ତାରିଖ ସକାଳ ୬ଟାରୁ ୧୪ ତାରିଖ ରାତି ୯ଟା ପର୍ଯ୍ୟନ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.