Home ଜିଲ୍ଲା ପରିକ୍ରମା କରୋନାରେ ଯୁବ ସମାଜସେବୀଙ୍କ ପରଲୋକ

କରୋନାରେ ଯୁବ ସମାଜସେବୀଙ୍କ ପରଲୋକ

8

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ ଏବେ କବଳିତ ଥିବାବେଳେ ଦିନକୁ ଦିନ ଏହି ରୋଗ ବଢିବାରେ ଲାଗିଛି । ପ୍ରତ୍ୟକ ଦିନ ଏଥିରେ ପିଡ଼ିତ ହୋଇ ଅକାଳରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଳା ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତର ପୁରୁସ୍ତମପୁରୁ ବିନ୍ଧା ଗ୍ରାମର ଗଗନ ପ୍ରଧାନଙ୍କର ୪୦ବର୍ଷରେ ଏହି କରୋନା ରୋଗରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ କଟକ ମେଡ଼ିକାଲରେ ପରଲୋକ ଘଟିଛି । ପ୍ରକାଶ ଥାଉକି ଗଗନ ଜଣେ ଉଦ୍ୟମାନ, ସମାଜସେବୀ, ପରୋପକାରୀ, ଜଣେ କ୍ରୀଡ଼ାବିତ୍‌, କଳାକାର ଓ ଖେଳ ଘୋଷକ ଭାବେ ଉକ୍ତ ଅଂଚଳରେ ବେଶ୍ ପରିଚିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.