Home ଜିଲ୍ଲା ପରିକ୍ରମା କରୋନାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

କରୋନାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

135

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ଦ୍ୱିତୀୟ ଲହରରେ ଆଗରପଡ଼ା ଅଂଚଳର ଜନୈକ ଯୁବ ବ୍ୟବସାୟୀଙ୍କ ଚେନ୍ନାଇରେ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ;ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଅମରସିଂପୁର ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ପୁଅ କପିଳେନ୍ଦ୍ର(୩୫)ଦୀର୍ଘ ବାର ବର୍ଷ ଧରି ଚେନ୍ନାଇରେ ସ୍ତ୍ରୀ ଓ ଛୁଆଙ୍କୁ ନେଇ ରହି ଆସୁଥିଲେ । ସେଠାରେ ବ୍ୟବସାୟ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଗତ କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସେଠାରେ କରୋନା ପରୀକ୍ଷଣ କରିଥିଲେ । ପରୀକ୍ଷଣ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ସେ ହୋମ କ୍ୱାରେଣ୍ଟାଇନରେ ରହି ଆସୁଥିଲେ । ଗତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କର ମୃତ୍ୟୁ ବରଣ ଘଟିଥିବାର ପରିବାର ସୁତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.