Home ଜିଲ୍ଲା ପରିକ୍ରମା କରୋନାରେ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ ବିୟୋଗକୁ ନେଇ ଶୋକ

କରୋନାରେ ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ ବିୟୋଗକୁ ନେଇ ଶୋକ

127

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ନେସ୍କୋର ବାରିପଦା ଡିଭିଜନ୍ ଭଞ୍ଜପୁର ସେକ୍ସନ କନିଷ୍ଠ ଯନ୍ତ୍ରୀ ସୁଜିତ୍ କୁମାର ସାହୁଙ୍କର ଗତ ୧ ତାରିଖ ଦିନ କରୋନାରେ ହୋଇଥିବା ମୃତ୍ୟୁକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନଗମ ଯନ୍ତ୍ରୀ ସଂଘ ଗଭୀର ଦୁଃଖ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଂଘ କାର୍ଯ୍ୟାଳୟରେ ଶନିବାରଦିନ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ସାଧାରଣ ସମ୍ପାଦକ ଆଶୁତୋଷ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ତାଙ୍କର ପରିବାରକୁ ରାଜ୍ୟ ସରକାର ଓ ନେସ୍କୋ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଏହି ଶୋକସଭାରେ ଦାବି ହୋଇଥିଲା। ବଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ନେସ୍କୋ ପକ୍ଷରୁ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଆବଶ୍ୟକ ନିରାପତ୍ତା ସାମଗ୍ରୀ ଯୋଗାଇ ଦେବାକୁ ସଭାପତି ବଳରାମ ପ୍ରସାଦ ବାସୁମଲ୍ଲିକ୍ ଦାବି କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ୨ ମିନିଟ୍ ନିରବ ପ୍ରାର୍ଥନା ସହ ଉପସ୍ଥିତ ସଦସ୍ୟମାନେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ୍ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.