Home ଅନୁଗୁଳ କରୋନାରେ ନାଲକୋର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

କରୋନାରେ ନାଲକୋର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

86

ଅନୁଗୋଳ(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାସ୍ଥିତ ଶିଳ୍ପ ସଂସ୍ଥା ନାଲକୋର ଜଣେ ୫୭ ବର୍ଷ ବୟସ୍କ ବରିଷ୍ଠ ଅଧିକାରୀ ଆଜି କରୋନାରେ ପ୍ରାଣ ହରାଇଛନ୍ତି l ଯାହାକି ଅନୁଗୋଳ ଜିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଛି l  ଉକ୍ତ ଅଧିକାରୀ ଜଣଙ୍କର ବୁର୍ଲାସ୍ଥିତ ଭିମସାର ମେଡିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ସୋମବାର ଦିନ ପଜିଟିଭ ଆସିଥିଲା। ତେବେ ଗୁରୁତର ଅବସ୍ଥାରେ ଆଜି ତାଙ୍କୁ ବୁର୍ଲା ମେଡିକାଲ କଲେଜରୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିବାପରେ ସେଠାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ମଙ୍ଗଳବାର ଅପରାହ୍ନରେ ତାଙ୍କର ମର ଶରୀରକୁ ଭୁବନେଶ୍ୱରର ସତ୍ୟ ନଗର ସ୍ଥିତ  ଶ୍ମଶାନକୁ ଦାହ ନିମନ୍ତେ ପଠାଯାଇଥିଲା। ସେହିପରି ତାଙ୍କର ୫୨ ବୟସ୍କା ଧର୍ମପତ୍ନୀ ମଧ୍ୟ କରୋନା ପଜିଟିଭ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଇତି ମଧ୍ୟରେ ନାଲକୋଠାରେ ଏକ ମେଡିକାଲ ଟିମ ପହଞ୍ଚି ତାଙ୍କର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ କରି ୧୫ଜଣ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ନାଲକୋ ହସପିଟାଲ ଓପିଡ଼ିକୁ ଗୋଟିଏ ଦିନ ସକାଶେ ବନ୍ଦ କରାଯାଇ ବିଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି। ସେ ବସୁଥିବା ନାଲକୋର ବୈଷୟିକ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇ ବିଶୋଧନ କରାଯାଉଛି। ଏହା ଛଡ଼ା ସେ ରହୁଥିବା କ୍ୱାଟରକୁ ସିଲ ବନ୍ଦ ରଖାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.