Home ଜିଲ୍ଲା ପରିକ୍ରମା କରଞ୍ଜମାଳ ପଂଚାୟତରେ ବିଦ୍ୟାଳୟ ବନ୍ଦ ବିରୋଧ କୁ ନେଇ ଅଂଚଳବାସୀଙ୍କ କ୍ଷୋଭ, ସରକାର ନିଜ ନୀତିର...

କରଞ୍ଜମାଳ ପଂଚାୟତରେ ବିଦ୍ୟାଳୟ ବନ୍ଦ ବିରୋଧ କୁ ନେଇ ଅଂଚଳବାସୀଙ୍କ କ୍ଷୋଭ, ସରକାର ନିଜ ନୀତିର ପୁନଃ ବିଚାର ନକଲେ ନୂତନ ବିଦ୍ୟାଳୟକୁ ପିଲାଙ୍କୁ ଛାଡିବେ ନାହିଁ ବୋଲି ଚେତାବନୀ

28

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ଏହି ଅଂଚଳରେ ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ ।ଆମ ଅଂଚଳରେ ଥିବା କୁନୀ କୁନୀ ପିଲାଙ୍କୁ ପଛେ ପାଠ ପଢାଇବୁ ନାହିଁ ଅନ୍ୟଥା ପ୍ରତିରକ୍ଷା ରାସ୍ତା ପାର ହୋଇ ଅନ୍ୟ ବିଦ୍ୟାଳୟକୁ ପଠାଇବୁ ନାହିଁ ।ଗତ ୨ବର୍ଷ ତଳେ ଭଦ୍ରକ ଜିଲ୍ଲାର ରାଣିତାଲ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତା ପାର ହୋଇ ଶିକ୍ଷାନୁଷ୍ଠାନକୁ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ପିତାମାତାଙ୍କ ଆଖିରୁ ଆଜି ପର୍ଯ୍ୟନ୍ତ ଲୁହ ଶୁଖି ନଥିବା ବେଳେ ସରକାର କିପରି ଆମ ଅଂଚଳର ବର୍ତମାନ ସମୟରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହୋଇ ଘରେ ଥିବା ବେଳେ କୁଆମରା କ୍ଲଷ୍ଟର ଅଧିନସ୍ଥ ବଇଁଚା ଡିହମାଳ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନୋଟିସ ଦେଇଛନ୍ତି ତାହା ହେବାକୁ ଦେବୁନି,ଦରକାର ପଡିଲେ ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇବୁ । ସରକାର ନିଜ ନୀତିର ପୁନଃ ବିଚାର କରିବା ସହ ଅଧୁଷିତ ତଥା ଉପାନ୍ତ ଅଂଚଳରେ ଥିବା ଆମ୍ଭ ପ୍ରଥାମିକ ବିଦ୍ୟାଳୟକୁ ବନ୍ଦ ନକରିବା ଦରକାର ,ଏମିତି ବହୁ ଦାବୀ ରଖିଛନ୍ତି ବଇଁଚା ଡିହମାଳ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମଣ୍ଡଳୀ ୨୦୧୯-୨୦ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୪ଥିବା ବେଳେ ୨୦୨୦-୨୧ ଶିକ୍ଷା ବର୍ଷରେ ୫୦ୁ ଉର୍ଦ୍ଧ ଅଭିଭାବକ ସେମାନଙ୍କ ପିଲା ମାନଙ୍କୁ ଏହି ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଆସିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଆଡମିଶନ ନେବାକୁ ମନା କରିଦେଇଥିଲେ ।ଏ ନେଇ ସମସ୍ତ ଅଂଚଳବାସୀ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ସରକାରଙ୍କ ଆଭିମୁଖ୍ୟ ଏବଂ ନିର୍ଧାରିତ ନୀତି ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଏହି ବିଦ୍ୟାଳୟ ବଇଁଚା ଠାରେ ଉପ୍ରା ବିଦ୍ୟାଳୟ ସହ ମିଶ୍ରଣ ହେବ ତେଣୁ ଆପଣ ମାନେ ଆପଣଙ୍କର ପିଲା ମାନଙ୍କୁ ବଇଁଚା ଉପ୍ରା ବିଦ୍ୟାଳୟରେ ଆଡମିଶନ କରାନ୍ତୁ ।

ବ୍ଲକ ଶିକ୍ଷାଧିକାରୀଙ୍କ ଏହି କଥାକୁ ସାଧାରଣରେ ଗ୍ରହଣ କରିପାରି ନଥିଲେ ଅଂଚଳବାସୀ ଏହାର ପ୍ରତିବାଦରେ ଆଜି ସମସ୍ତ ଅଭିଭାବକ ଏବଂ ଅଂଚଳର ବୁଦ୍ଧିଜିବୀ ନିଜ ନିଜର କୁନୀ କୁନୀ ପିଲା ମାନଙ୍କୁ ଧରି ବିଦ୍ୟାଳୟ ଆଗରେ ସରକାରଙ୍କ ନିୟମ ବିରୁଦ୍ଧରେ ପ୍ରତିବାଦ କରିବା ସହ ନାରାବାଜି କରିଥିଲେ । ପରେ ଏହି ସ୍ଥାନୀୟ ଅଭିଭାବକଙ୍କ ପାଖରେ ଚାନ୍ଦବାଲି ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ ବେହୁରା ଏବଂ କରଞ୍ଜମାଳ ପଂଚାୟତର ସମିତିସଭ୍ୟ ସପନ ମଳିକ ସେଠାରେ ପହଂଚି ସେମାନଙ୍କ ଦାବୀପତ୍ର ଗ୍ରହଣ କରିବା ସହ ଆଗାମୀ ଦିନରେ ଏ ବାବଦରେ ସେ ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲାପାଳ ,ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଏହି ବି୍‌ଦ୍ୟାଳୟକୁ ମିଶ୍ରଣ ନକରି ପୁନଃ ଥଇଥାନ କରିବାକୁ ଦାବୀ ରଖିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ । ଅନ୍ୟ ପକ୍ଷରେ ସରକାର ଯଦି ଆମ ବିଦ୍ୟାଳୟକୁ ବନ୍ଦ କରି ଦିଅନ୍ତି ତାହାହେଳେ ଆମେ ଆମ ପିଲାଙ୍କୁ ଅନ୍ୟ ବିଦ୍ୟାଳୟକୁ କୌଣସି ପରିସ୍ଥିତିରେ ଛାଡିବୁ ନାହିଁଏବଂ ଏହାର ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ରମେଶ ନାୟକ,ସପନ ମଲିକ, ଶ୍ରୀଧର ନାୟକ,ପ୍ରଦ୍ୱୀପ ନାୟକ, ଶୁଭଦ୍ରା ମଣ୍ଡଳ, ବୀଣାପାଣି ମାଇତି,ସରୋଜିନୀ ପଣ୍ଡା,ରଶ୍ମିତା ମହାକୁଡ, ସରସ୍ୱତୀ ରାଉତ, ଅର୍ଣପୂର୍ଣା ବାରିକ, ବିପିନ କୁମାର ନାୟକ, ରାଜେନ୍ଦ୍ର ମହାଳିକ,ପଦ୍ମାବତୀ ନାୟକ, ରୁକ୍ମଣୀ ନାୟକ, ସୁଭଦ୍ରା ମଣ୍ଡଳ, ବଳରାମ ଦାସ, ନମିତା ମଣ୍ଡଳ, ଗୋପବନ୍ଧୁ ବାରିକ, ତପନ ମାଇତିଙ୍କ ସମେତ ଶତାଧିକ ଅଂଚଳବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.