Home ଜିଲ୍ଲା ପରିକ୍ରମା କରଂଜମାଳରେ ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମାମଲା ରୁଜୁ ପରେବି ପୁଲିସ ନିଷ୍କ୍ରିୟ

କରଂଜମାଳରେ ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମାମଲା ରୁଜୁ ପରେବି ପୁଲିସ ନିଷ୍କ୍ରିୟ

11

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମାମଲା ରୁଜୁକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହାର ସୁଯୋଗରେ ଅଭିଯୁକ୍ତମାନେ ପୂନଶ୍ଚ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା କରଞ୍ଜମାଳ ଫାଣ୍ଡିଧିନ ସରସ୍ୱତୀ ଗାଁରୁ । ଏହି ଗାଁ ଅଭୟ ମାଝୀଙ୍କ ସ୍ତ୍ରୀ ସଞ୍ଜିତା ମାଝୀଙ୍କୁ ଅପରପକ୍ଷ ପଂଚାନନ ବେହେରା ଓ ତାଙ୍କ ସ୍ତ୍ରୀ ସୁଶାନ୍ତିଲତା ବିଶ୍ୱାଳ ମିଳିତଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭୟଙ୍କ ଘର ସମ୍ମୁଖରେ ସରକାରୀ ଜାଗାକୁ ଅପରପକ୍ଷ ବାଡ ବୁଜିଥିଲେ । ଯାହାର ପ୍ରତିବାଦ କରିବାରୁ ଅପରପକ୍ଷ ସୁଶାନ୍ତିଲତାଙ୍କୁ ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ସୁଶାନ୍ତିଲତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିଲା ଏବଂ ସେମାନେ ଫାଣ୍ଡିକୁ ଯାଇଥିଲେ ଏତଲା ଦେବାକୁ । ପୋଲିସ ତୁରନ୍ତ ସେମାନଙ୍କୁ ଗାଡିଯୋଗେ ବାସୁଦେବପୁର ମେଡିକାଲକୁ ପଠାଇ ଦେଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁଶାନ୍ତିଲତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ତେବେ ନଭେମ୍ବର ମାସ ୧ ତାରିଖରେ ଅଭୟ ବାଂଶଡା ଥାନାରେ ଏତଲା ଦେଇଥିଲେ ଏବଂ ୪ ତାରିଖରେ ପୋଲିସକୁ ଭେଟିବାରୁ ପୁରୁଣା ଏତଲା ଚଳିବ ନାହିଁ ଏବଂ ନୂଆକରି ଏତଲା ଦେବାକୁ ବାଧ୍ୟ କରାଯାଇଥିଲା । ଯାହାକୁ ନେଇ ଅଭୟ ପୂନଶ୍ଚ ଏତଲା ଦେଇଥିଲେ । ହେଲେ ଅଭିଯୁକ୍ତମାନଙ୍କ ବିରୋଧରେ ପଦକ୍ଷେପ ନେବା ଦୂରର କଥା ଏତଲା ମୂଳେ ଯେଉଁ ଦଫା ଦେବା କଥା ତାହା ନକରି ପୋଲିସ ଅଭିଯୁକ୍ତମାନଙ୍କୁ ଖସେଇ ଦେବା ଲାଗି କୋହଳ ଦଫା ଲଗେଇଥିବା ସୋମବାର ଚାନ୍ଦବାଲି ଏସଡିପିଓ କାର୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଭେଟି ଗୁହାରୀ କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉଛି ଏବଂ ଆଇନ୍ ଅନୁଯାଇ ନିଶ୍ଚୟ ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.