Home ଜିଲ୍ଲା ପରିକ୍ରମା କବି ବସନ୍ତ ମୁଦୁଲିଙ୍କ ୩୯ତମ ଶ୍ରାଦ୍ଧୋତ୍ସବ ପାଳିତ

କବି ବସନ୍ତ ମୁଦୁଲିଙ୍କ ୩୯ତମ ଶ୍ରାଦ୍ଧୋତ୍ସବ ପାଳିତ

7

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବିଟିଏର ପାର୍ôଥବ ଶରୀର ଭଙ୍ଗୁର ହେଲେ ବି ତା’ର ସ୍ୱପ୍ନ ଓ ଚେତନାର ମୃତ୍ୟୁ ନ ଥାଏ।ଅବର୍ତମାନରେ ମଧ୍‌ଯ ତାଙ୍କ କାବ୍ୟସ୍ୱର ଅନୁରଣିତ ହେଉଥାଏ ପରପୀଢିର କବିମାନଙ୍କ ସୃଷ୍ଟିରେ।କାଳଜୟୀ କବି ବସନ୍ତ ମୁଦୁଲିଙ୍କ କବିତାର ପ୍ରେମ ଓ ବିଦ୍ରୋହର ସ୍ୱର ଏବେର ସ୍ରଷ୍ଟାକୁ ଆଲୋଡିତ କରୁଛି ବୋଲି କବିଙ୍କ ୩୯ତମ ଶ୍ରାଦ୍ଧୋତ୍ସବରେ ମତ ପ୍ରକାଶ ପାଇଛି।ଚିଙ୍ଗୁଡିପୁରସ୍ଥିତ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ କବିଙ୍କ ସ୍ମୃତିରେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ପାଠାଗାର ପରିସରରେ ଆୟୋଜିତ ସଭାରେ ସାହିତ୍ୟିକ ବାସୁଦେବ ବାରିକ ମୁଖ୍‌ଯ ଅତିଥି, ‘ପ୍ରେମ ପୃଥିବୀ’ର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଏବଂ ସାହିତ୍ୟିକ ରମେଶ ସ୍ୱାଇଁ,ସ୍ଥାନୀୟ ସରପଂଚ ଅମୂଲ୍ୟ ନାୟକ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାତ କୁମାର ଖିଲାର ଯୋଗଦେଇଥିଲେ।ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ନାୟକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତି ସଂସଦର ସହ ସଂପାଦକ ଅମିତାଭ ଖିଲାର।ଏହି ଅବସରରେ ନିକଟରେ ପରଲୋକପ୍ରାପ୍ତ ସ୍ମୃତି ସଂସଦର ସଦସ୍ୟ ରଘୁନାଥ ଦାସଙ୍କ ନିମନ୍ତେ ଏକମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଶ୍ରାଦ୍ଧୋତ୍ସବରେ ଶିକ୍ଷାବିତ ବିନୋଦ ମହାରଣା,ନିରଂଜନ ସ୍ୱାଇଁ,ପ୍ରମୋଦ ପରିଡା,ବିଜୟ କୁମାର ଖିଲାର,ନିରଂଜନ ବାରିକ,ରାମ ରାଉତ,ମହେଶ୍ୱର ରାଉଳ,ସୁଶାନ୍ତ କୁମାର ନାୟକ,କବି ଜୟ ଜଗନ୍ନାଥ ମଲ୍ଲିକ, ସାମ୍ବାଦିକ ସାଇଶଙ୍କର ମହାକୁଡ,ସୁବାସ ସାମଲ ପ୍ରମୁଖ ଯୋଗ ଦେଇ କବିଙ୍କ ସ୍ମୃତିଚାରଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅବିନାଶ ଖିଲାର,ପାର୍ଥସାରଥି ମୁଦୁଲି ଓ ଅଭିଷେକ ଖିଲାର।କାର୍ଯ୍ୟକ୍ରମର ମଧ୍ୟଭାଗରେ କବି ବସନ୍ତ ମୁଦୁଲିଙ୍କ କବିତା ପାଠ କରିଥିଲେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ଆବାହକ ଅରୁଣ ଖିଲାର ଓ କବି ଅରୂପାନନ୍ଦ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.