ad
ଓଡ଼ିଶା

କପଡା ଦୋକାନ ଉପରକୁ ଗୁଳିମାଡ ଘଟଣା: ସାମାଜିକ ଗଣମାଧ୍ୟମରେ ପ୍ରେମ ନିବେଦନ ପରେ ହତ୍ୟା ଉଦ୍ୟମ

ରାୟଗଡା, ୨୭।୧୧(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ମୁଖ୍ୟ ବଜାର କପଡା ଦୋକାନ ଉପରକୁ ଗୁଳିମାଡ ଘଟଣା ଉପରୁ ପରଦା ହଟିଛି। ସାମାଜିକ ଗଣମାଧ୍ୟରେ ପ୍ରେମ ନିବେଦନ ପରେ ବିଫଳ ହୋଇ ଗାଜିଆବାଦର ପ୍ରଭାତ ରାତା ନାମକ ଜଣେ ଯୁବକ ପ୍ରେମିକାର ଭାଇକୁ ଗୁଳିମାରି ହତ୍ୟା କରିବାକୁ ଉଦ୍ୟମ କରିଥିବା ରାୟଗଡା ଏସପି ରାହୁଲୁ ପିଆର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଟାଉନା ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତିଯେ ଗାଜିଆ ବାଦର ପ୍ରଭାତ ରାଣା ସୋସିଆଲ ମିଡିଆରେ ରାୟଗଡା ସହରରେ ଥିବା ରେକମେଣ୍ଡ ନାମକ ଏକ କପଡା ଦୋକାନୀ ମୋହିତ ଆସରାନୀଙ୍କ ସମ୍ପର୍କିୟଙ୍କ ସହ ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ସମ୍ପର୍କ ରଖିଆସିଥିଲେ। ପରେ ସେ ଚାଟିଂ ବେଳେ ପ୍ରେମ କରୁଥିବା କହିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଥରକୁ ଥର ଏହି ମ୍ୟାସେଜ କରିବା ପରେପର ଖରାପ ବାର୍ତ୍ତା ଦେବାପରେ ଦୋକାନିଙ୍କ ସମ୍ପକୀୟା ବାଧ୍ୟହୋଇ ମୋହିତଙ୍କୁ ସୂଚନା ଦେଇଥିଲେ। ଏସବୁ କାର୍ଯ୍ୟରୁ ନିବୃତ ରିହବାପାଇଁ ମୋହିତ ଗାଜିଆବାଦର ଯୁବକ ପ୍ରଭାତ ରାଣାଙ୍କୁ ଫୋନ ଯୋଗେ ତାଗିଦ କରିଥିଲେ। ଫଳରେ ରାଣା ପ୍ରତିହିସା ପରାୟଣ ହୋଇ ଗତ ୧୭ତାରିଖ ଦିନ ସମତା ଏକ୍ସପ୍ରେସରେ ପ୍ରଭାତ ଏବଂ ତାର ଆଉଜଣେ ସହଯୋଗି ଗାଜିଆବାଦରୁ ରାୟଗଡା ଆସି ପହଞ୍ଚିଥିଲେ। ରାୟଗଡା ଆସି ସହରର ଗୋବିନ୍ଦ ନାମକ ଏକ ହୋଟେଲରେ ରହିଥିଲେ। ୧୭ତାରିଖରୁ କ୍ରମାଗତ ଭାବେ ଦୋକାନର ପତ୍ତା ଲାଗାଇ ସହରର ସ୍ଥିତି ଅନୁଧ୍ୟାନ କରିବାରେ ଲାଗିଥିଲେ। ଶେଷରେ ଗତ ୨୦ତାରିଖ ସନ୍ଧ୍ୟାରେ ଦୋକାନ ଭିତରକୁ ଯାଇ ଗୁଳି ମାରିବାର ଯୋଜାନ କରୁଥିବା ବେଳେ ସେଠାରେ ପୁଲିସର ପହରା ଲାଗିରିହିଥିଲା। ତେଣୁ ଗୁଳି ମାରିବା ସମ୍ଭବ ହୋଇପରିନଥିବାରୁ ସେମାନେ ରାତି ପ୍ରାୟ ୧୦ରୁ ୧୧ଟା ଭିତରେ ଦୋକାନ ବନ୍ଦ କରିବା ବେଳେ ଗୋଟିଏ ଦେଶୀ ରିଭଲଭରରୁ ଗୁଳି ଚାଳନା କରିଥିଲେ। ୨୧ତାରିଖ ସକାଳେ ସହଯୋଗି ଜଣକ ରାୟଗଡାରୁ ଦିଲ୍ଲୀ ଚାଲିଯାଇଥିବା ବେଳେ ପ୍ରଭାତ ସହରର ବିଜୟା ନମକ ଆଉଏକ ହେଟେଲରେ ରିଭଲଭର ରଖି ରାସ୍ତା ମାର୍ଗରେ କୋରାପୁଟକୁ ଚାଲିଯାଇଥିଲେ। ସେଠାରୁ କିରୋଣ୍ଡଲ ଦେଇ ବିଶାଖପାଟଣା ଅଭିମୂଖେ ଯାଇ ସେଠାରୁ ଦିଲ୍ଲୀ ଯିବାର ଯୋଜାନ କରିଥିଲେ। ତେବେ ଦୋକାନୀଙ୍କ ଏତଲା କେସ ନମ୍ବର ୨୫୦ପ୍ରକାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସୋସିଆଲ ମିଡିଆରୁ ସବୁକିଛି ପୁଲିସ ଜାଣିପାରି ପ୍ରଭାତଙ୍କ ମୋବାଇଲଫୋକୁ ଟ୍ରାକିଂକରିବା ଆରମ୍ଭ କରି ସେ ବିଶାଖପାଟଣା ଯାଉଥିବା ଜାଣିପାରିଥିଲେ। ଏସଡିପିଓ ରାଜକିଶୋର ଦାସଙ୍କ ନେତୃତ୍ୱରେ ଆଇଆଇସି କୃଷ୍ଣଚନ୍ଦ୍ର ଭତ୍ରାଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ନେଇ ଗୋଟିଏ ଟିମ ତାଙ୍କର ପିଛାକରି ବିଶାଖପାଟଣାରେ ପହଞ୍ଚି ପ୍ରଭାତଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ। ପଚରା ଉଚୁରା ପରେ ବ୍ୟବହାର କରିଥିବା ବନ୍ଧୁକ ସହ ୬ଟି ଜୀବନ୍ତ ଗୁଳି ହାତ ତିଆରି ମରଣାସ୍ତ୍ର ଲଜରୁ ଜବତ କରିବସହ ସହଯୋଗିଙ୍କୁ ଧରିବାପାଇଁ ରାୟଗଡା ପୁଲିସର ଗୋଟିଏ ଟିମ ବର୍ତ୍ତମାନ ଦିଲ୍ଲୀ ଯାଇଥିବା ଏସପି ସୂଚନା ଦେଇଛନ୍ତି। ଦଫା ୪୫୭, ୫୧୧, ୩୦୭, ୨୫/୨୭ପକାରେ ପ୍ରଭାତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ସମ୍ମିଳନୀରେ ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top