Home କନ୍ଧମାଳ କନ୍ଧମାଳର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ଜିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ

କନ୍ଧମାଳର ପାରମ୍ପରିକ ଲୋକକଳା ସଂସ୍କୃତି ସଂଘର ଜିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ

38

ବାଲିଗୁଡା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ପ୍ରଶାନ୍ତି ସଂସ୍କୃତିକ ସମ୍ବଳ କେନ୍ଦ୍ର ପରିସରରେ ଜ଼ିଲ୍ଲା ସ୍ତରୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଓ ତୁମୁଡିବନ୍ଧର ଲୋକକଳା ସଂସ୍କୃତି ସଂଘର ଉପ ସଭାପତି ସଦାନନ୍ଦ ପରାସେଠ୍ ଙ୍କ ଆହ୍ଵାନ କ୍ରମେ ଜ଼ିଲ୍ଲାର କୋଣଅନୁକୋଣରୁ ବହୁ ବରିଷ୍ଠ କଳାକାର ଓ ସମସ୍ତ ବ୍ଲକର ଉପ ସଭାପତି ଯୋଗଦେଇଥିଲେ। ଅତିଥି ଭାବେ ବରିଷ୍ଠ କଳାକାର ତଥା ସଂଗଠକ ନେତ୍ରମାନ ସେଠ୍, ବଲିଉଡ କଳାକାର ଯଦୁ ନନ୍ଦନ, ରମୁଁ ସାଠୁଆ ଓ ଜନ ବିକାଶ କର୍ମୀ ନରେଶ ରଣଜିତ ପ୍ରମୁଖ ଯୋଗଦେଇ ଥିଲେ। କୋଭିଡ଼ ନିୟମକୁ ମାନି ସାମାଜିକ ଦୂରତାରଖି ମାସ୍କ ପିନ୍ଧି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆବାହକ ସଦାନନ୍ଦ ପରାସେଠ୍ ଙ୍କ ସଂଯୋଜନାରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆମନ୍ତ୍ରିତ ଅତିଥିଗଣ ଜ଼ିଲ୍ଲାରେ ଲୋକ କଳାକାରଙ୍କ ସଂଗଠକ କୁ ଉଚ୍ଚ ପ୍ରଶଂସା କରିଥିଲେ ଓ କୋଭିଡ ସମୟରେ କାମ ଧନ୍ଦା ନପାଇ ଲୋକ କଳାକାର ଦୁର୍ଦଶା ଭୋଗୁଥିବା ରୁ କଳାକାରଙ୍କୁ କାମ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ଜ଼ିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି ଭାବେ ଅକ୍ଷୟ କର୍ଣ୍ଣ ଓ ସଂଯୋଜକ ଭାବେ ସରୋଜ ପାତ୍ର ରାଇକିଆ ବ୍ଲକ ଉପ ସଭାପତି ଭାବେ ଶିଶିର କାନ୍ତ ପ୍ରଧାନ ବାଲିଗୁଡା ବ୍ଲକ ଓ ଏନ ଏ ସି ପାଇଁ ପ୍ରମୋଦ କୁମାର ଦଣ୍ଡସେନା, କ ନୂଆଗାଁ ବ୍ଲକ ପାଇଁ ତ୍ରିନାଥ ପଣ୍ଡା, କୋଟଗଡ ବ୍ଲକ ପାଇଁ ରବୀନ୍ଦ୍ର ପ୍ରଧାନ, ଫିରିଙ୍ଗିଆ ବ୍ଲକ ପାଇଁ ଅକ୍ଷୟ କର୍ଣ୍ଣ, ଫୁଲବାଣୀ ବ୍ଲକ ଓ ମୁନସିପାଲଟି ପାଇଁ ରମେଶ ଚନ୍ଦ୍ର ସାହୁ, ଖଜୁରୀପଡା ପାଇଁ ସରୋଜ କୁମାର ସାହୁ, ଚକାପାଦ ବ୍ଲକ ପାଇଁ ପ୍ରଭାକର ନାୟକ, ଦାରିଙ୍ଗବାଡି ବ୍ଲକ ପାଇଁ ଗୋଲକ ମଳିକ, ଜି-ଉଦୟଗିରି ବ୍ଲକ ପାଇଁ ଜୁନୁସ ପରିଛା, ଟିକାବାଲି ବ୍ଲକ ପାଇଁ ସଥପତି ପ୍ରଧାନ ଓ ସଂଘର ଉପଦେଷ୍ଟା ଭାବେ ବରିଷ୍ଠ କଳାକାର ଅଚ୍ୟୁତ ବେହେରା, ପ୍ରାଣବନ୍ଧୁ ସାହାଣୀ, ମଧୁ ସୁଦନ ସାହାଣୀ ଯୁଧିଷ୍ଠିର ପାତ୍ର ଓ ପୁରୁଷୋତ୍ତମ ନାୟକ, ବିଜୟ ଆମାୟତଙ୍କୁ ଚୟନ କରାଗଲା। ଜ଼ିଲ୍ଲା ଉପସଭାପତିଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଥିଲା ଶେଷରେ ଉପ ସଭାପତି ସଭାସାଙ୍ଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.