Home ଓଡ଼ିଶା କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

22

କନ୍ଧମାଳ ୨୮-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନ ସୁଗାର ପଶିବା ଆରମ୍ଭ ହୋଇ ଯାଇଛି। ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳର ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ପୁଅ ସପନ ମହାପାତ୍ର ବୋଲି ଜଣାପଡ଼ିଛି। ସପନ ପାଖରୁ ପୋଲିସ ୩.୫୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସପନ ଖୋରଧା ଅଂଚଳ ରୁ ଆଣିଥିବା କହିଛି। ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି। ଏ ନେଇ ଫୁଲବାଣୀ ପୋଲିସ ୧୦୩/୨୭/୦୬/୨୨ ଧାରା ୨୧(a)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.