Home Top News କ’ଣ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ତୃଟିର ସ୍କ୍ରିପ୍ଟ ୨୦୨୦ରେ ରଚାଯାଇଥିଲା? ଦେଖନ୍ତୁ ଭିଡ଼ିଓ

କ’ଣ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ତୃଟିର ସ୍କ୍ରିପ୍ଟ ୨୦୨୦ରେ ରଚାଯାଇଥିଲା? ଦେଖନ୍ତୁ ଭିଡ଼ିଓ

89

ନୂଆ ଦିଲ୍ଲୀ ୭-୧ (ଓଡ଼ିଆ ପୁଅ) କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ଏବଂ ସୁରକ୍ଷା ତୃଟିର ସ୍କ୍ରିପ୍ଟ ପୂର୍ବରୁ ରଚନା କରାଯାଇଥିଲା। ଏହିପରି ଏକ ରିପୋର୍ଟ ଟାଇମ୍ସ ନାଓରେ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ ଏହିପରି ଏକ ଆନିମେଟେଡ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗତ ୫ ତାରିଖରେ ହୋଇଥିବା ସୁରକ୍ଷା ତୃଟି ଘଟଣାର ସମାନତା ଦେଖାଯାଇଛି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ହୋଇଥିଲା। ୨୦୨୦ ରେ ମୁକ୍ତିଲାଭ କରିଥିବା ଆନିମେଟେଡ୍ ଭିଡିଓରେ ଦର୍ଶାଯାଇଛି ଯେ ପିଏମ ମୋଦୀ ତାଙ୍କ କାରରେ ବସି ବସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର ଆଗକୁ ବଢ଼ୁଛି କିନ୍ତୁ ଅପର ପକ୍ଷରେ କିଛି କୃଷକ ଟ୍ରାକ୍ଟର ଚଳାଇ ପିଏମ ମୋଦୀ ବାଟ ଓଗାଳିବାକୁ ଆସିଛନ୍ତି। ରିପୋର୍ଟରେ ଦାବି କରାଯାଉଛିଯେ, ଆନିମେଟେଡ୍ ଭିଡିଓରେ ଜାନୁଆରୀ ୫ ତାରିଖ ଘଟଣାର ସଠିକ୍ ସମାନତା ଦେଖାଯାଇଛି। ଗତ ୫ ତାରିଖରେ ପଞ୍ଜାବରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ରାସ୍ଥା ଅବରୋଧ ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଫ୍ଲାଏ ଓଭରରେ ଫସି ରହିଥିଲେ। ଫିରୋଜପୁରରେ ଏକ ରାଲି ସମେତ କୌଣସି କାର୍ଯ୍ୟକ୍ରମରେ ଯୋଗ ନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପଞ୍ଜାବରୁ ଫେରିବାକୁ ପଡିଥିଲା। ତେବେ ଟାଇମ୍ସ ନାଓର ଏହି ରିପୋର୍ଟ ଆପଣ ପ୍ରଥମେ ଦେଖି ନିଅନ୍ତୁ।

https://www.youtube.com/watch?v=ehohYZXkFII

ଅପର ପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟିର ତଦନ୍ତ ପାଇଁ କେନ୍ଦ୍ର ସରାର ତିନିଜଣିଆ କମିଟି ଗଠନ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.