Home Top News କଟକ SCB ମେଡ଼ିକାଲ କଲେଜରେ ପହଁଚିଲା ଇକ୍‌ମୋ ମେସିନ୍‌, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ

କଟକ SCB ମେଡ଼ିକାଲ କଲେଜରେ ପହଁଚିଲା ଇକ୍‌ମୋ ମେସିନ୍‌, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ

61

ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ଓଡ଼ିଶାରେ ଏବେ ଭୁବନେଶ୍ୱର ଏମ୍ସ ପରେ SCB ମେଡ଼ିକାଲ କଲେଜକୁ ଏକ ଇକ୍ମୋ ମେସିନ୍ ଆସି ପହଁଛିଛି। ଚଳିତମାସ ଶେଷ ସୁଦ୍ଧା ଆଉ ୮ଟି ମେସିନ୍ ଆସି ପହଁଚିବ ବୋଲି ଜଣାପଡ଼ିଛି। ତେବେ ଏହି ବ୍ୟୟ ବହୁଳ ଚିକିତ୍ସାପାଇଁ ଓଡ଼ିଶାବାସୀ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲେ। ଏବେ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଅଗଷ୍ଟ ୧୫ ରୁ ଏହି ମେସିନ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ସରକାରୀ ଡାକ୍ତରଖାନାରେ ମିଳିବ ‘ଇକ୍‌ମୋ’ ଚିକିତ୍ସା। ତେବେ ୯ଟିରୁ ୬ଟି ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ କିଣାଯିବାକୁ ଥିବାବେଳେ ଅନ୍ୟ ୩ଟି ସାମାଜିକ ଦାୟିତ୍ବବୋଧ ପାଣ୍ଠି (ସିଏସଆର) ପାଣ୍ଠିରୁ କିଣାଯାଇଥିବା କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.