Home କେନ୍ଦୁଝର କଟକ ବଡ ଡାକ୍ତରଖାନାରୁ ଯୁବତୀ ନିଖୋଜ

କଟକ ବଡ ଡାକ୍ତରଖାନାରୁ ଯୁବତୀ ନିଖୋଜ

62

ହାଟଡ଼ିହି- ୩୦ /୪ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ନିଜ ମା’କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାକୁ ନେଇ ଯାଇଥିବା ଜଣେ ଯୁବତୀ ନିଖୋଜ ହୋଇଯାଇଛି। ଏନେଇ ଯୁବତୀଙ୍କ ବାପା କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ସରମଙ୍ଗା ଗ୍ରାମର ବାବନ ଚରଣ ସେଠୀଙ୍କ ପତ୍ନୀ ରଙ୍ଗଲତା ସେଠୀଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଗତ ୨୫ତାରିଖ ଦିନ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା। ତାଙ୍କ ସହିତ ରୋଗୀର ଆଟେଣ୍ଡାଣ୍ଟ ଭାବେ କାମ କରିବାକୁ ସ୍ୱାମୀ ବାବନ ଓ ଝିଅ ସାବିତ୍ରୀ(୨୫) ସାଙ୍ଗରେ କଟକ ଯାଇଥିଲେ। ଝିଅ ସାବିତ୍ରୀ ମାନସିକ ନ୍ୟୁନ ହୋଇଥିବାରୁ ବାବନ ତାକୁ ସ୍ତ୍ରୀ ପାଖରେ ଛାଡି ନିଜେ ବାହାରକୁ ଯାଇ ଔଷଧପତ୍ର ଆଣିଥାନ୍ତି। ଗତ ୨୬ ତାରିଖ ଦିନ ବାବନ ତଳକୁ ଡିଏମଏଫ ସଞ୍ଜିବନୀ ଅର୍ଥ ଆଣିବାପାଇଁ ଆସି ଫେରିବା ବେଳକୁ ରୋଗୀ ପାଖରେ ଝିଅକୁ ପାଇ ନଥିଲେ। ଅନେକ ସ୍ଥାନରେ ଖୋଜାଖେଜି କରିବାପରେ ତାର କୌଣସି ସନ୍ଧାନ ନପାଇବାରୁ ବାଧ୍ୟହୋଇ ମଙ୍ଗବାଗ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଯଦି କେହି ବ୍ୟକ୍ତି ତାଙ୍କ ଝିଅର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନାରେ ଜଣାଇବାକୁ ବାପା ବାବନ ସେଠୀ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.