Home ଓଡ଼ିଶା କଟକ ଜିଲ୍ଲା କୁଳିଆଠାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

କଟକ ଜିଲ୍ଲା କୁଳିଆଠାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

53

କଟକ : ୦୭/୦୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା କୋଲଣପୁର ପଞ୍ଚାୟତ କୁଳିଆ ଆର. ଏମ. ସି ପରିସରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଆଜି ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ, ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ, ଏହି ହସ୍ପିଟାଲ ହେବା ଦ୍ୱାରା କଟକ ସଦର, ପାଟକୁରା, ମାହାଙ୍ଗା, ସାଲେପୁର, ଆଦି ଅଞ୍ଚଳର କୋଭିଡ ରୋଗୀମାନଙ୍କର ଚିକିତ୍ସା କରାଯିବ। ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ହସ୍ପିଟାଲ ସ୍ଥାପିତ ହୋଇଛି। ଏଥିପାଇଁ ମୋଟ ପାଞ୍ଚ କୋଟି ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ। ଏଥିରେ ଅକ୍ସିଜେନ, ଆଇ. ସି. ୟୁ ଓ ଭେଣ୍ଟିଲେଟର ଆଦିର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ମୁଖ୍ୟ ସୁବ୍ରତ ସରକାର, ବ୍ଲକ ଅଧ୍ୟକ୍ଷା ସବିତା ଓଝା, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପଣ୍ଡା, ବି ଡି ଓ କର୍ଣ୍ଣଦେବ ସମାଦାର, ବ୍ଲକ ବି ଜେ ଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ମହାପାତ୍ର, ଯୁବନେତା ଅଶୋକ ଓଝା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.