Home ଜିଲ୍ଲା ପରିକ୍ରମା କଂଟାବାଂଜି ଠାରୁ ନବରଙ୍ଗପୁର ଭାୟା ରାଜ ଖଡିଆଳ ରେଳପଥ ନିର୍ମାଣ ନେଇ ସାଂସଦ ଙ୍କ ଗୃହରେ...

କଂଟାବାଂଜି ଠାରୁ ନବରଙ୍ଗପୁର ଭାୟା ରାଜ ଖଡିଆଳ ରେଳପଥ ନିର୍ମାଣ ନେଇ ସାଂସଦ ଙ୍କ ଗୃହରେ ଉପସ୍ଥାପନା ଖଡିଆଳ ବିକାଶ ମଂଚ ପକ୍ଷରୁ ସ୍ୱାଗତ

105

ଖଡିଆଳ/ନୂଆପଡା-୦୨.୦୭.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ସହରକୁ ରେଳପଥ ସଂଯୋଗ କୁ ଦାବିନେଇ ଖଡିଆଳ ବିକାଶ ମଂଚ ପକ୍ଷରୁ ଦିର୍ଘଦିନ ହେବ ଦାବୀ ହେଇଆସୁଥିବା ବେଲେ ପ୍ରସ୍ଥାବିତ ରେଳପଥ କାର୍ଯ୍ୟ ଶିଘ୍ର ତ୍ୱରାନ୍ୱିତ କରିବାକୁ କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଲୋକସଭା ଗୃହ ରେ ଉପସ୍ଥାପନା କରିଛନ୍ତି । ଶ୍ରୀ ପଣ୍ଡା ପଛୁଆ ଜିଲ୍ଲା କଲାହାଣ୍ଡି ଓ ନୁଆପଡା ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ବେଲେ ନିଜ ଅଂଳଳରେ ପ୍ରସ୍ଥାବିତ ଥିବା ରେଳ ସେବାକୁ ଶିଘ୍ର କାର୍ଯ୍ୟ ଆରମ୍ବ ପାଇଁ ଲୋକସଭା ବାଚଷ୍ପତି ଙ୍କ ଜରିଆରେ କେନ୍ଦ୍ରସରକାର ଙ୍କୁ ନିବେଦନ କରିଛନ୍ତି । ନୁଆପଡା ଜିଲ୍ଲାର ୨ ଗୋଟି ପ୍ରସ୍ତାବିତ ରେଳ ପ୍ରକଳ୍ପ କଂଟାବାଂଜି ଠାରୁ ନବରଙ୍ଗପୁର ଭାୟା ରାଜଖଡିଆଳ ଜୁନାଗଡ କୁ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।ଏହି ରେଳପଥ ନିର୍ମାଣ ନେଇ ୧୯୪୩ ମସିହାରେ ବେଙ୍ଗଲ ନାଗପୁର ରେଲୱେ ସର୍ଭେ କରିଥିଲା । ଖଡିଆଳ ବିକାଶ ମଂଚ ଦାବି କ୍ରମେ ୨୦୦୮ /୦୯ ରେଲୱେ ବଜେଟରେ ପୁନଃ ସର୍ବେ ପାଇଁ ପ୍ରସ୍ଥାବ ଗୃହିତ ହୋଇ ବଜେଟରେ ୧୦ ଲକ୍ଷ ଅର୍ଥ ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ଥାବିତ ପ୍ରକଳ୍ପ କୁ ସର୍ଭେ ସଳୁସନ ନାମକ କମ୍ପାନୀ ୩ ପ୍ରକାର ସର୍ଭେ କରି ଜମି , ସଂଙ୍କେତ ଏବଂ ବିଦୁ୍ୟତ ସର୍ଭେ କରିଥିବା ଖଡିଆଳ ବିକାଶ ମଂଚ ସମ୍ପାଦକ ତପନରଜଂନ ଦାଶ ପ୍ରକାଶ କରିଛନ୍ତି । ଏହି ରେଳପଥ ନିର୍ମାଣ ହେଲେ ଭାରତର ସର୍ବ ପଛୁଆ କେବିକେ ଅଂଚଳ ରେଳପଥ ଗମାନାଗମନ କରିବା ସହ ଉତ୍ପାଦନ କେନ୍ଦ୍ର ଏବଂ କଂଚାମାଳ ସିଧାସଳଖ ଯୋଗସୁତ୍ର ସ୍ଥାପନ ହେବ ବୋଲି ଜଣାପଡିଛି । ଏହି ଅବସରରେ ସାଂସଦ ପଣ୍ଡା ବରଗଡ ନୁଆପଡା ପ୍ରସ୍ଥାବିତ ରେଳ ପ୍ରକଳ୍ପ କୁ ଶିଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଗୁରୁତାରୋପ କରିଛନ୍ତି । କଲାହାଣ୍ଡି ଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ଶ୍ରୀ ପଣ୍ଡା ଲୋକସଭାରେ ଅନୁରୋଧ କରିଛନ୍ତି । ସାଂସଦ ଙ୍କ ଏଭଲି ଅଂଚଳ ପ୍ରତି ଦେଖାଦେଇଥିବା ସମସ୍ୟାକୁ ଗଣତନ୍ତ୍ର ର ମନ୍ଦିରରେ ଉପସ୍ଥାପନା କରି ତାର ସମାଧାନ ପାଇଁ ଅନବରତ ଚେଷ୍ଟା କରିବାରୁ ଖଡିଆଳ ବିକାଶ ମଂଚ ପକ୍ଷରୁ ବିଶେଷ ଭାବରେ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.