ad
କେନ୍ଦୁଝର

କଂଗ୍ରେସର ନିର୍ବାଚନୀ ସଭା

ତୁରୁମୁଙ୍ଗା ୧୧-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ୩୦ ନମ୍ବର ଯୋନର ରାଇଡ଼ିହା ଠାରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ ହେବା ସହିତ ଏକ ପରିବର୍ତ୍ତନ ସଭା ଅନୁଷ୍ଠିତ ହୋଇଯାଇଛି। ଜୋନ ସଭାପତି ବିରବର ମହାନ୍ତଙ୍କ ସ୍ୱଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା କଂଗ୍ରେସର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମ ଏବଂ ପାଟଣା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ ଯୋଗଦେଇ ଥିଲେ। ଦୁଇ ପ୍ରାର୍ଥୀଙ୍କୁ ଦେଖି ସ୍ଥାନୀୟ ଭୋଟର ଓ ଜନ ସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ଦୁଇ ପ୍ରାର୍ଥୀ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଆୟୋଜିତ ପରିବର୍ତ୍ତନ ସଭାରେ ଯୋଗ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଭର୍ତ୍ସନା କରିବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଦୀର୍ଘ ଦିନ ଶାସନ କରି ଆସୁଛନ୍ତି ବୋଲି କହିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ପାଟଣା ବ୍ଲକ ପୂର୍ବତନ ଅଧକ୍ଷ ବିଦ୍ୟାଧର ଦାଶ, ଜିଲା କଂଗ୍ରେସ ପ୍ରଭାରୀ ରାଜନ ସାହୁ, ଜିଲା କଂଗ୍ରେସ ମୁଖ ପାତ୍ର ବିପ୍ଳବ ମିଶ୍ର, ରାଜ୍ୟ ସମ୍ପାଦକ ସଂଗ୍ରାମ ଦାଶ, ରାଜ୍ୟ ଓ,ବି,ସି,ସେଲର ସଂଯୋଜକ ଦେବାଶିଷ ସାହୁ ଙ୍କ ସମେତ ଏହି ସଭାରେ କଂଗ୍ରେସ ର ଶତାଧିକ କର୍ମୀ ଙ୍କ ସମେତ ଶହ ଶହ ଜନ ସାଧାରଣ ଉପସ୍ଥିତ ରହିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top