Home ଓଡ଼ିଶା ଓଡ଼ିଶାରେ ମତଦାନ – ୭୧.୬୧ ପ୍ରତିଶତ : କେନ୍ଦୁଝରରେ ସର୍ବାଧିକ ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ

ଓଡ଼ିଶାରେ ମତଦାନ – ୭୧.୬୧ ପ୍ରତିଶତ : କେନ୍ଦୁଝରରେ ସର୍ବାଧିକ ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ

691

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇୟାଇଛି। ଏହି ପର୍ଯ୍ୟାୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୭୮.୧୬ପ୍ରତିଶତ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ପ୍ରତିଶତ ମତଦାନ ହୋଇଛି। ତେବେ ଚାଲନ୍ତୁ ନଜର ପକାଇବା କେଉଁ ସ୍ଥାନରେ କେତେ ଭୋଟର ନିଜର ମତାଧିକାର ପ୍ରୟୋଗ କରିଛନ୍ତି।

ସମ୍ବଲପୁରରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୪୧୮୭୯, ମହିଳା ଭୋଟରଙ୍କ ସଂଖ୍ୟା ୭୨୪୯୯୦ ଏବଂ ଅନ୍ୟାନ୍ୟ ମତଦାତାଙ୍କ ସଂଖ୍ୟା ୧୦୫ ତଥା ସର୍ବମୋଟ ଭୋଟରଙ୍କ ସଂଖ୍ୟା ୧୪୬୬୯୭୪ ହୋଇଥିବା ବେଳେ ପୁରୁଷ ଭୋଟର ୫୬୪୦୦୧, ମହିଳା ଭୋଟର ୫୫୬୪୮୯ ଏବଂ ଅନ୍ୟାନ୍ୟ ମତଦାତା ୧୦ ଜଣ ଓ ସର୍ବମୋଟ ୧୧୨୦୫୦୦ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୭୬.୩୮ ପ୍ରତିଶତ ମତଦାନ ହୋଇଛି।

କେଉଁଝରରେ ପୁରୁଷ ଭୋଟର ୭୬୦୭୯୭ ମହିଳା ଭୋଟର ୭୫୪୭୦୯ ତୃତୀୟ ଲିଙ୍ଗ ୧୩୫ ସର୍ବମୋଟ ଭୋଟର ୧୫୧୫୬୪୧ ଥିବା ବେଳେ ପୁରୁଷ ଭୋଟର ୫୯୧୭୬୬ ମହିଳା ଭୋଟର ୫୯୨୯୨୮ ଅନ୍ୟାନ୍ୟ ମତଦାତା ୩ ଏବଂ ସର୍ବମୋଟ ୧୧୮୪୬୯୭ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୭୮.୧୬ ପ୍ରତିଶତ ମତଦାନ ହୋଇଛି।

ଢେଙ୍କାନାଳରେ ପୁରୁଷ ଭୋଟର ୭୮୩୧୫୨ ମହିଳା ଭୋଟର ୭୧୭୭୩୬ ଅନ୍ୟାନ୍ୟ ମତଦାତା ୧୧୫ ଏବଂ ସର୍ବମୋଟ ଭୋଟର ୧୫୦୧୦୦୩ ଥିବା ବେଳେ ପୁରୁଷ ଭୋଟର ୫୮୨୨୧୭ ମହିଳା ଭୋଟର ୫୪୩୧୮୭ ତୃତୀୟ ଲିଙ୍ଗ ୧ ଏବଂ ସର୍ବମୋଟ ୧୫୦୧୦୦୩ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୧୧୨୫୪୦୫ ୭୪.୯୮ପ୍ରତିଶତ ମତଦାନ ହୋଇଛି।

କଟକରେ ପୁରୁଷ ଭୋଟର ୭୯୩୪୦୧ ମହିଳା ଭୋଟର ୭୨୩୧୯୯ ଅନ୍ୟାନ୍ୟ ମତଦାତା ୧୯୧ ଏବଂ ସର୍ବମୋଟ ଭୋଟର ୧୫୧୬୭୯୧ ଥିବା ବେଳେ ପୁରୁଷ ଭୋଟର ୫୫୫୧୬୪ ମହିଳା ଭୋଟର ୫୦୧୨୧୪ ତୃତୀୟ ଲିଙ୍ଗ ୨୦ ଏବଂ ସର୍ବମୋଟ ୧୦୫୬୩୯୮ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୬୯.୬୫ପ୍ରତିଶତ ମତଦାନ ହୋଇଛି।

ପୁରୀରେ ପୁରୁଷ ଭୋଟର ୮୧୩୧୪୭ ମହିଳା ଭୋଟର ୭୪୬୩୧୨ ତୃତୀୟ ଲିଙ୍ଗ ୮୯ ଏବଂ ସର୍ବମୋଟ ଭୋଟର ୧୫୫୯୫୪୮ ଥିବା ବେଳେ ପୁରୁଷ ଭୋଟର ୫୯୪୨୩୪, ମହିଳା ଭୋଟର ୫୩୬୮୪୦ ତୃତୀୟ ଲିଙ୍ଗ ୧୭ ଏବଂ ସର୍ବମୋଟ ଭୋଟର ୧୧୩୧୦୯୧ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୭୨.୫୩ପ୍ରତିଶତ ମତଦାନ ହୋଇଛି।

ସେହିପରି ଭୁବନେଶ୍ୱରରେ ପୁରୁଷ ଭୋଟର ୯୦୬୮୬୫ ମହିଳା ଭୋଟର ୭୯୦୨୭୫ ତୃତୀୟ ଲିଙ୍ଗ ୫୨୬ ସର୍ବମୋଟ ଭୋଟର ୧୬୯୭୬୬୬ ଥିବା ବେଳେ ପୁରୁଷ ଭୋଟର ୫୩୫୭୩୭ ମହିଳା ଭୋଟର ୪୭୫୯୬୮ ତୃତୀୟ ଲିଙ୍ଗ ୪୯ ଏବଂ ସର୍ବମୋଟ ୧୦୧୧୭୫୪ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ଲୋକସଭା ଆସନରେ ୫୯.୬୦ପ୍ରତିଶତ ମତଦାନ ହୋଇଛି।

ତେବେ ତୃତୀୟ ପର୍ଯ୍ୟାୟରେ ସର୍ବମୋଟ ପୁରୁଷ ଭୋଟର ୪୭୯୯୨୪୧ ମହିଳା ଭୋଟର ୪୪୫୭୨୨୧ ଅନ୍ୟାନ୍ୟ ମତଦାତା ୧୧୬୧ ଏବଂ ସର୍ବମୋଟ ଭୋଟର ୯୨୫୭୬୨୩ ଥିବା ବେଳେ ପୁରୁଷ ଭୋଟର ୩୪୨୩୧୧୯ ମହିଳା ଭୋଟର ୩୨୦୬୬୨୬ ଅନ୍ୟାନ୍ୟ ମତଦାତା ୧୦୦ ଏବଂ ସର୍ବମୋଟ ଭୋଟର ୬୬୨୯୮୪୫ ଜଣ ଭୋଟର ନିଜର ମତାଧିକାର ପ୍ରୟୋଗ କରି ମତଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ଛଅଟି ଲୋକସଭା ଆସନ ଏବଂ ୪୧ଟି ବିଧାନସଭା ଆସନରେ ମତଦାନ ହୋଇଥିଲା ତେବେ ୭୧.୬୧ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.