ad
ଓଡ଼ିଶା

ଓଡ଼ିଆ ପୁଅର ପ୍ରଭାବ: ବିଳମ୍ବରେ ହେଲେ ମଧ୍ୟ ଶୁଣିଲା ପ୍ରଶାସନ ଚିନ୍ନା ବାବୁଙ୍କୁ ମିଳିଲା ଘର

ରାୟଗଡା ୦୪/୧୨ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) ଆଦିବାସୀ ଚିନ୍ନାବାବୁ ବହୁ ବର୍ଷ ଧରି କହି ଆସୁଥିଲେ ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଶେଷରେ ଶୁଣିଲା ପ୍ରଶାସନ। କାଡ୍ରାକା ସିନାମାଝୀଙ୍କ ପୂଜାରୀଗୁଡା ପଞ୍ଚାୟତ ଲଟାଗୁଡା ଗ୍ରାମ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ଚିନାବାବୁଙ୍କୁ ବିଳମ୍ବରେ ହେଲେ ମଧ୍ୟ ଶୁଣିଲା ପ୍ରଶାସନ। ସେ ଅଧିକାରୀଙ୍କୁ କେମିତି କୃତଜ୍ଞତା ଜଣାଇବେ ଖୁସିରେ ଆତ୍ମହରା ହୋଇ ନୂଆ ଘରର ସ୍ବପ୍ନ ଭାବ ଭିହୁଳ କଥା ବାହାରୁ ନାହିଁ ତାଙ୍କର ପାଟିରୁ କହିଲେ ଆଜ୍ଞା ସେ ବିଡ଼ିଓ ଆଜ୍ଞା ମୋର ଆଧାର କାର୍ଡ ନଥିବାରୁ ସେ ଘରକୁ ବାବୁମାନଙ୍କ ସହ ଆସି କାର୍ଡ କରିଦେଲେ ଆଉ ଆଜି ଏ କାଗଜ ଏତେ ଲୋକଙ୍କ ପାଖରେ ଜିଲ୍ଲାପାଳ ମ୍ଯାଡାମ ଦେଲେ ବୋଲି କହିଛନ୍ତି। ଏଯାବତ ମିଳିଥିବା ସରକାରୀ ସହାୟତା କହିଲେ ୮୦ ପ୍ରତିଶତ ଦିବ୍ଯାଙ୍ଗତା ଥିବା ପ୍ରମାଣପତ୍ର , ମାସିକ ଭତ୍ତା ୫ଶହ ଟଙ୍କା ।ଆଗରୁ ମିଳିଥିଲା ଗୋଟିଏ ଟ୍ରାଇସାଇକେଲ ୨୦୧୫ ମସିହାରେ । ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ପଞ୍ଜିକରଣ ନଂମ୍ବର ୩୧୯୯ ତା-୨୭/୧୧/୨୦୧୭ ରେ ଅଭିଯୋଗ କରିଥିଲେ ଯେ ଆବାସ ଯୋଜନାରେ ସାମିଲ କରିବା ପାଇଁ। ସେ ଆବେଦନଟିକୁ ଜିଲ୍ଲାପାଳ କଲ୍ଯାଣସିଂହପୁର ବିଡ଼ିଓଙ୍କୁ ପ୍ରେରଣ କରିଥିଲେ। ଏହି ବିଷୟରେ କଲ୍ଯାଣସିଂହପୁର ବିଡ଼ିଓ ଅନୁପ ପଣ୍ଡାଙ୍କୁ ସ୍ବତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ ସାମିଲ କରିବା ପାଇଁ ଚିଠି ନମ୍ବର ୬୪୬/୧ ତା-୦୫/୦୪/୨୦୧୮ ରିଖରେ ପ୍ରକଳ୍ପ ନିର୍ଦ୍ଦେଶ ଗ୍ରାମ୍ଯ ଉନ୍ନୟନ ସଂସ୍ଥା ରାୟଗଡ଼ା ଓ ଏହାର ନକଲ ମେମୋ ନଂମ୍ବର ୬୪୭/୧୮ତା-୦୫/୦୪/୨୦୧୮ରିଖରେ ଜିଲ୍ଲାପାଳ ରାୟଗଡାଙ୍କୁ ଦିଆଯାଇଛି। ଏହି ବିଷୟରେ ତତ୍କାଳୀନ ପିଡି ଡିଆରଡିଏ ସୁକାନ୍ତ ତ୍ରୀପାଠି କହିଥିଲେ। ଯେ କାଡ୍ରାକା ସିନାମାଝି (ଚିନ୍ନାବାବୁ)ଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯିବବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ପିଡି ଡିଆରଡିଏ ଅମ୍ରିତ ଋତୁରାଜ ଜିଲ୍ଲାପାଳଙ୍କ ପାଖରେ ଥିବା ଫାଇଲକୁ ତ୍ବରାନ୍ବିତ କରି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଜିଲ୍ଲା ସଦର ମହକୁମା ଅଶୋକ କଲ୍ଯାଣ ମଣ୍ତପ ଠାରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଚିନ୍ନାବାବୁଙ୍କୁ ସ୍ବତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ ୧ଲକ୍ଷ ୩୦ହଜାର ଟଙ୍କାର କାର୍ଯ୍ଯାଦେଶ ଦେଲେ। ଚିନ୍ନାବାବୁଙ୍କୁ କାର୍ଯ୍ଯାଦେଶ ମିଳିଲା ସତ କିନ୍ତୁ ଘର ତିଆରି ହେବ କେମିତି ସେ ବାବଦରେ କଲ୍ଯାଣସିଙ୍ଗପୁର ବିଡ଼ିଓ ଶ୍ରୀ ପଣ୍ଡା କହିଛନ୍ତି ଆମେ ଘର କାର୍ଯ୍ୟ ସମ୍ପାଦନରେ ସହଯୋଗ କରିବୁ। ଏହି ଖବର ପୂର୍ବରୁ ଓଡ଼ିଆ ପୁଅ ଗତ ୩୦/୦୭/୨୦୧୮ ପ୍ରକାଶ ପାଇଥିଲା।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top