Home ଜିଲ୍ଲା ପରିକ୍ରମା ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଅମଲାତନ୍ତ୍ରୀକରଣକୁ ବିଜେପି ଯୁବମୋର୍ଚ୍ଚାର ବିରୋଧ

ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଅମଲାତନ୍ତ୍ରୀକରଣକୁ ବିଜେପି ଯୁବମୋର୍ଚ୍ଚାର ବିରୋଧ

239

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ ପ୍ରସ୍ତାବିତ ବିଶ୍ୱ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୫୯ ଏବଂ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଇନ – ୨୦୦୫କୁ ପ୍ରତ୍ୟାହାର କରି ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରୀକରଣ କରାଯିବାକୁ ବିଜେପି ଯୁବମୋର୍ଚ୍ଚା ବିରୋଧ କରିଛି । ସରକାରଙ୍କ ପ୍ରସ୍ତାବିତ ଆଇନରେ ପ୍ରାଧ୍ୟାପକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହେବା ସହିତ ଏଥିରେ ରାଜନୈତିକ ହସ୍ତକ୍ଷେପ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ଏହା ବ୍ୟତୀତ କୁଳପତିମାନଙ୍କ ପଦ ମର୍ଯ୍ୟାଦା କ୍ଷୁଣ୍ଣ ହେବା ସାଙ୍ଗକୁ ସେମାନଙ୍କ କ୍ଷମତା ମଧ୍ୟ ସଙ୍କୁଚିତ ହେବ । ଏହା ଦ୍ୱାରା ଯୁଗଯୁଗ ପାଇଁ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ । ବିଶ୍ୱବିଦ୍ୟାଳୟ ଗୁଡିକ ସାଧାରଣ ମହାବିଦ୍ୟାଳୟ ଭଳି କାର୍ଯ୍ୟ କରିବ । ଯାହା ଛାତ୍ର, ସମାଜ ଓ ଦେଶର ଭବିଷଁତ ପାଇଁ ଚିନ୍ତାଜନକ ବିଷୟ ବୋଲି ମୋର୍ଚ୍ଚା ଅଭିଯୋଗ କରିଛି । ଆଜି ଏହି ଅଧିନିୟମ ବିରୋଧରେ ଭଦ୍ରକ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ନେତୃତ୍ୱରେ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ବିଜେପି ନେତାମାନେ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲ ଠାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜଗନ୍ନାଥ ଦାସ, ବିକାଶ ଶ୍ରେଷ୍ଠା, ଚନ୍ଦ୍ରମୋହନ ମହାପାତ୍ର, ସୁଧୀର ଦ୍ୱିବେଦୀ, ବିକାଶ ନାୟକ, ନିର୍ମଳ ସମାଲ, ସୂରଜ ସେଠୀ, ରାଜେନ୍ଦ୍ର ବାରିକ, ଶ୍ରୀହର୍ଷ ସ୍ୱାଇଁ, ଭଗବାନ ପଣ୍ଡା, ଶଶିକାନ୍ତ ବିଶ୍ୱାଳ, ଅନିଲ ବେହେରା, ମହମ୍ମଦ ସବିର, ବିଜୟ ନାୟକ, ଦୀପକ ନାୟକ, ଶଶାଙ୍କ ଦାସ, ନାରାୟଣ ସେନାପତି, ପ୍ରଶାନ୍ତ ଜେନା, ଆଲୋକ ମହାନାୟକ, ମାନସ ପଣ୍ଡା, ସରୋଜ ରାଉତ ପ୍ରମୁଖ ଯୋଗ ଦେଇ ଏହି ଅଧିନିୟମକୁ ବିରୋଧ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.