ad
ଜିଲ୍ଲା ପରିକ୍ରମା

ଓଡିଶା ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

ରାୟଗଡା-୨୩/୦୨(ଓଡ଼ିଆ ପୁଅ/ ମନୁଶ୍ରୀ) ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ତଥା ଓଡିଶା ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଣ୍ଡା ଆଜି ରାୟଗଡା ଜିଲ୍ଲା ଗସ୍ତ କ୍ରମରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଅଚାନକ ପରିଦର୍ଶନ କରିଥିଲେ। ଜାମୁଣ୍ଡା ବିଦ୍ୟାଳୟର ପରିବେଶ ଦେଖି ଅଭିଭୂତ ହୋଇଥିଲେ। ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା, ପିଲାଙ୍କ ସଫଳତା, ବିଭିନ୍ନ ସହ ବୌଦ୍ଧିକ କାର୍ଯ୍ୟକ୍ରମ, ମୁକ୍ତ ପାଠାଗାର, ପରିଚାଳନା ପଦ୍ଧତି, ହାଉସ କାର୍ଯ୍ୟକ୍ରମ ଆଦି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଥିଲେ। ପିଲାଙ୍କ ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ଏଥିସହ ପିଲାଙ୍କ ସ୍ବାସ୍ଥ୍ୟ କାର୍ଡ ଯାଞ୍ଚ କରିବା ସହ ହିମୋଗ୍ଲୋବିନ ଟେଷ୍ଟ ପ୍ରକ୍ରିୟା ପ୍ରତ୍ୟକ୍ଷ ଭାବେ ଦେଖିବାକୁ ଚାହିଁଥିଲେ। ହିମୋଗ୍ଲୋବିନ ରେକର୍ଡ ଯାଞ୍ଚ ସହ ଅଧିକାଂଶ ବାଳିକାଙ୍କ ହିମୋଗ୍ଲୋବିନ ୧୧ରୁ ଅଧିକ ଥିବାରୁ ସେ ଖୁସି ପ୍ରକଟ କରିଥିଲେ ଏବଂ ୭.୫ରୁ କମ ଥିବା ବିଦ୍ୟାଳୟର ତିନି ଜଣ ବାଳିକାଙ୍କୁ ଡାକି ସେମାନଙ୍କ ସ୍ବାସ୍ଥ୍ୟର ବିକାଶ ଲାଗି କି ପଦକ୍ଷେପ ନିଆ ଯାଇଛି ସେମାନଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଏଥିସହ ପିଲାଙ୍କ ସହ ଶିକ୍ଷା, ଆବାସିକ ରହଣି ସୁବିଧା ସୁଯୋଗ, ଖାଇବା ଓ ସରକାରୀ ସୁବିଧା ସୁଯୋଗ ଆଦି ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ। ଅଧିକ ଶ୍ରେଣୀ ସାଙ୍ଗକୁ ପିଲା ଅନୁପାତରେ ବିଦ୍ୟାଳୟରେ ଅପେକ୍ଷାକୃତ କମ ଶିକ୍ଷକ ଥିବାରୁ ଗସ୍ତବେଳେ ସାଥିରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଳଙ୍କୁ ଏଭଳି ଏକ ଆଦର୍ଶ ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ଯୋଗାଇବା ଲାଗି ପରାମର୍ଶ ଦେଇଥିଲେ। ଅପରପକ୍ଷେ କମ ଶିକ୍ଷକରେ ଵି ବିଦ୍ୟାଳୟକୁ ସରସ ସୁନ୍ଦର କରି ଗଢି ତୋଳି ଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ଏଇ ଗସ୍ତ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ବିଡ଼ିଓ ରାଜେନ୍ଦ୍ର ମାଝି ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top