Home ଓଡ଼ିଶା ଓଡିଶା ଉପକୂଳ ଅତିକ୍ରମ କରିବ ଫନୀ

ଓଡିଶା ଉପକୂଳ ଅତିକ୍ରମ କରିବ ଫନୀ

1922

– (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି ପୂର୍ବ ନୌସେନା କମାଣ
– ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ନୌସେନା ଜାହାଜ ଓ ବାୟୁଯାନ ପ୍ରସ୍ତୁତ
– ଆକାଶ ମାର୍ଗରୁ ରିଲିଫ ଯୋଗାଣ ପାଇଁ ନୌସେନା ବାୟୁଯାନ ଆଇଏନଏସ ଦେଗା ଓ ରାଜାଲି ପ୍ରସ୍ତୁତ

ଭୁବନେଶ୍ୱର ୧-୫ (ଓଡ଼ିଆ ପୁଅ) ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ ବୁଧବାର ସକାଳ ୫.୩୦ ସୁଦ୍ଧା ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୮୦ କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ପୂର୍ବ ନୌସେନା କମାଣ (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି। ଆଗାମୀ ୧୨ ଘଂଟା ମଧ୍ୟରେ ଏହି ଝଡ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ମେ ୩ ଅପରାହ୍ନରେ ଏହା ଉତର-ଉତର ପୂର୍ବ ମୋଡ ନେଇ ଓଡିଶା ଉପକୂଳକୁ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୭୫-୧୮୫ କିଲୋମିଟର ରହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ୨୦୫ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି।

ଅତ୍ୟାବଶ୍ୟକୀୟ ରିଲିଫ ସହାୟତା, ଉଦ୍ଧାର ଏବଂ ମାନବୀୟ ସହାୟତା କାର୍ଯ୍ୟ ଲାଗି ରିଲିଫ ସାମଗ୍ରୀ ସହିତ ବିଶାଖାପାଟଣାରେ ଜାହାଜ ପ୍ରସ୍ତୁତ ହୋଇ ରହିଛି। ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଉଦ୍ଧାର ଏବଂ ରିଲିଫ ସହାୟତା କାର୍ଯ୍ୟ ଲାଗି ବୁଡାଳୀ ଏବଂ ଚିକିତ୍ସା ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଧିକାଂଶ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ, ଜରୁରୀ ଉଦ୍ଧାର କାର୍ଯ୍ୟ ଏବଂ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକେଇବା ପାଇଁ ଆଇଏନଏସ ଦେଗା ଓ ଆଇଏନଏସ ରାଜାଲି ନୌସେନା ବାୟୁଯାନକୁ ପ୍ରସ୍ତୁତ କରି ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.