ad
ଓଡ଼ିଶା

ଓଡିଶାରେ ବିଜେପି ସରକାର ହେଲେ ବିକାଶର ଗାଡି ଡବଲ ଇଂଜିନରେ ଦୌଡିବ: ଜୟନ୍ତ ସିହ୍ନା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନାଙ୍କ ସାମ୍ବାଦିକ ସମ୍ମିଳନୀ
– ମୋଦିଙ୍କ ସରକାର ଆସିବା ପରେ ବିମାନ ଚଳାଚଳରେ ଓଡିଶା ଢେର ଆଗେଇଛି
– ଭୁବନେଶ୍ୱର ବିମାନବନ୍ଦର ବିମାନ ସେବାର ଗତି ୪୦ ପ୍ରତିଶତ ଅଧିକ ହାରରେ ବୃଦ୍ଧି ପାଇଛି
– ଆୟୁଷ୍ମାନ ଯୋଜନାରେ ଓଡିଶାକୁ ଲାଗୁ ନକରି ନବିନ ବାବୁ ଓଡିଆ ଲୋକଙ୍କୁ ଧୋକା ଦେଇଛନ୍ତି

ଭୁବନେଶ୍ୱର, ତା.୦୩/୦୩ (ଓଡ଼ିଆ ପୁଅ) : ଓଡିଶାର ଆର୍ଥିକ ବିକାଶ ପାଇଁ ବିମାନ ବନ୍ଦରର ବିକାଶ ଓ ବିମାନ ଚଳାଚଳରେ ବୃଦ୍ଧିର ଆବଶ୍ୟକତା ରହିଛି। ତାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡିଶାକୁ ବିମାନ ଚଳାଚଳ କ୍ଷେତ୍ରରେ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ନାଗରିକ ଉଡାଣ ଯୋଜନାରେ ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି। ଓଡିଶାର ଏବେ ଝାରସୁଗୁଡା ବିମାନବନ୍ଦର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରମଳରେ ଉଦ୍ଘାଟନ କରାଯାଇଥିଲା। ଗତ ୧/୦୩/୨୦୧୯ ତାରିଖ ଦିନ ସ୍ପାଇସ୍ ଜେଟ୍ ମାଧ୍ୟମରେ ଝାରସୁଗୁଡାରୁ ଅନେକ ଜାଗାକୁ ବିମାନ ସେବା ଆରମ୍ଭ କରାଯାଇଛି। ଝାରସୁଗୁଡା ଏବେ ଦେଶର ସମସ୍ତ ମହତ୍ୱପୂର୍ଣ୍ଣ ସହର ତଥା ଦିଲ୍ଲୀ, ବାଙ୍ଗାଲୋର, ହାଇଦ୍ରବାଦ ଏବଂ କଲିକତାକୁ ଯୋଡିବା ସହ ଝାରସୁଗୁଡା ସହର ବିମାନ ଚଳାଚଳ ନକ୍ସାରେ ଯୋଡା ଯାଇଛି। ଯାହା ପଶ୍ଚିମ ଓଡିଶାକୁ ଅଧିକ ଲାଭ ମିଳିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା ଆଜି କାର୍ଯ୍ୟାଳୟ ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ସଂପ୍ରାସରଣ ପାଇଁ ଅନେକ ନୂଆ ଯୋଜନା କରାଯାଇଛି। ସର୍ବପ୍ରଥମେ ଥିବା ଟର୍ମିନାଲ ଟି-୧କୁ ପୁରୁଣା ଟର୍ମିନାଲ ସଂଯୋଗ କରି କିଭଳି ଅଧିକ ଯାତ୍ରୀଙ୍କୁ ଆମେ ସମ୍ବାଳି ପାରିବା ସେଥିପାଇଁ ୯୩୫ କୋଟି ଟଙ୍କାର ଏକ ନୂଆ ଟର୍ମିନାଲ ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣ କରାଯିବ। ଭୁବନେଶ୍ୱର ବିମାନବନ୍ଦର ଆଜିର କ୍ଷମତାରେ ୩ ଗୁଣ ବୃଦ୍ଧି କରାଯିବ। ଭବିଷ୍ୟତରେ ଭୁବନେଶ୍ୱରର ବିମାନଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ସହ ବିମାନବନ୍ଦରକୁ ଆହୁରି ଆଧୁନିକରଣ କରାଯିବ। ଏହି କାମକୁ ଆଗାମୀ ଦୁଇରୁ ଅଢେଇ ବର୍ଷ ଭିତରେ ପୂରା ହେବ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ଏବେ ଭୁବନେଶ୍ୱରରେ ୪ଟି ଏୟାର ବ୍ରିଜସେ୍ ଅଛି ଯାହା ଆଗାମୀ ଦିନରେ ୧୧ଟିକୁ ପହଚିଂବ। ଦେଶର ଅନ୍ୟ ସମସ୍ତ ବିମାନବନ୍ଦର ତୁଳନାରେ ଭୁବନେଶ୍ୱର ବିମାନବନ୍ଦର ବିମାନ ସେବାର ଗତି ୪୦ ପ୍ରତିଶତ ଅଧିକ ହାରରେ ବୃଦ୍ଧି ପାଇଛି। ପାର୍କିଙ୍ଗ୍ ସମସ୍ୟାକୁ ଆଗାମୀ ୧ ଏପ୍ରିଲ ସୁଦ୍ଦା ଦୂର କରାଯିବ। ପ୍ରାଇଭେଟ୍ ଗାଡିକୁ ପାର୍କିଙ୍ଗ୍ ଫି ଦେବାକୁ ପଡିବନି କେବଳ କର୍ମସିଆଲ ଟ୍ୟାକ୍ସିକୁ ୪୦ ଟଙ୍କା ପାର୍କିଙ୍ଗ ଫି ଦେବାକୁ ପଡିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ଭୁବନେଶ୍ୱର ଏବଂ ଝାରସୁଗୁଡା ଛଡା ଓଡିଶାରେ ଆହୁରି ଅନେକ ଜାଗାରେ ନୂଆ ବିମାନବନ୍ଦର ନିର୍ମାଣ କରାଯାଇଛି। ରାଉକେଲାର ବିମାନବନ୍ଦର ଓ ଜୟପୁର ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ବହୁତ ଆଗକୁ ବଢିଛି ଏବଂ ଏହାକୁ ଉଡାଣ ଯୋଜନାରେ ଖୁବ୍ଶୀଘ୍ର ସାମିଲ କରାଯିବ। ଉଡାଣ ଯୋଜନା ପାଇଁ ଓଡିଶାକୁ କେନ୍ଦ୍ରସରକାର ଦ୍ୱାରା ୧୦୦ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।

କେନ୍ଦ୍ରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ସରକାର ଦେଶର ଗରିବମାନଙ୍କର ବିକାଶ ପାଇଁ ଅହରହ ଚେଷ୍ଟା କରୁଛନ୍ତି। ଦେଶବାସୀ ଚାହାନ୍ତି ୨୦୧୯ରେ ହେଉଥିବା ନିର୍ବାଚନରେ ନରେନ୍ଦ୍ର ମୋଦି ନିର୍ବାଚନ ଜିତି ପୁଣି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଓଡିଶାରେ ମଧ୍ୟ ଏହାର ଏକ ବଡ ଭୂମିକା ରହିଛି।

୨୦୧୯ ନିର୍ବାଚନରେ ଆମ ସମସ୍ତଙ୍କୁ ଦିଲ୍ଲୀରେ ଏବଂ ଓଡିଶାରେ ବିଜେପିକୁ ଆଣିବାକୁ ହେବ। ଫଳରେ କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ଲାଭ ଗରୀବ ଓଡିଆ ଲୋକଙ୍କୁ ମିଳିବ। ଯଦି ଓଡିଶାରେ ବିଜେପି ସରକାର ହେବ ତେବେ ବିକାଶ ହେବ। ଯେପରି ଝାରଖଣ୍ଡରେ ଡବଲ ଇଞ୍ଜିନ ବେଗରେ ବିକାଶ ହୋଇ ବ୍ୟାପକ ପରିବର୍ତ୍ତନ ହୋଇଛି ସେପରି ଓଡିଶାରେ ମଧ୍ୟ ବିଜେପି ସରକାର ଆସିଲେ ରାଜ୍ୟରେ ଦୃତ ବିକାଶ ଆସିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ହିତ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଦେଶର ପ୍ରତି ଗରୀବ ପରିବାର ଗୋଟିଏ ବର୍ଷରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶୁକ୍ଲ ସ୍ୱାସ୍ଥ୍ୟସେବା ପାଇପାରିବ। କିନ୍ତୁ ଏଠି ଗରୀବଙ୍କ ପ୍ରତି ନବୀନ ବାବୁଙ୍କ ଦରଦ ନାହିଁ। ସେଥିଲାଗି ନବିନ ବାବୁଙ୍କ ସରକାର ଏହି ଯୋଜନା ଲାଗୁ କରୁନାହାନ୍ତି। ରାଜ୍ୟର ବିକାଶ ନବୀନ ବାବୁ ଚାହୁଁ ନାହାଁନ୍ତି। ସେ କେବଳ ନିଜର ବ୍ୟକ୍ତିଗତ ଏଜେଣ୍ଡା ମାଧ୍ୟମରେ କାର୍ଯ୍ୟ କରି ଓଡିଶାବାସୀଙ୍କୁ ଧୋକ୍କା ଦେଉଛନ୍ତି ବୋଲି ଶ୍ରୀ ସିହ୍ନା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top