Home ଓଡ଼ିଶା ଓଡିଆ ସମାଜ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ର କିଛି ଦୃଷ୍ଟି,କିଛି ଚିନ୍ତା ପ୍ରସଙ୍ଗକୁ ନେଇ...

ଓଡିଆ ସମାଜ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ର କିଛି ଦୃଷ୍ଟି,କିଛି ଚିନ୍ତା ପ୍ରସଙ୍ଗକୁ ନେଇ ଓ୍ବେବିନାର କାର୍ଯ୍ୟକ୍ରମ

129

ମାଲକାନଗିରି,୨୬ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ର ପାଦୃଭାବ ଦେଖା ଦେଇଥିବା ବେଳେ ସଭାସମିତି,ଯାନିଯାତ୍ରା,ଉତ୍ସବ ସବୁ ବନ୍ଦକରିଦିଆ ଯାଇଛି । କରୋନା ମହାମାରି ସମୟରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବା ପାଇଁ ଓଡିଆ ସମାଜ ଦିଲ୍ଲୀ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ର କିଛି ଦୃଷ୍ଟି,କିଛି ଚିନ୍ତା ପ୍ରସଙ୍ଗକୁ ନେଇ ଓ୍ବେବିନାର  କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଆୟୋଜିତ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାର କୋଣ ଅନୁକୋଣର ଶତାଧିକ ଲେଖକ,କବି, ସାହିତ୍ୟିକ ମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତା ମତ ଉପସ୍ଥାପନ କରିଛନ୍ତି । ଏହି ଓ୍ବେବିନାର  କାର୍ଯ୍ୟକ୍ରମରେ ସୁଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ,ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ,ଲେଖକ ପ୍ରାଧାପକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ବକ୍ତାଭାବେ ଯୋଗଦେଇଥିବା ବେଳେ ଲେଖିକା ତଥା ମୁଖ୍ୟ ଆୟୋକର ଆୟୁକ୍ତ ଶ୍ରୀମତୀ ପାରମିତା ଶତପଥୀ ଏହି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ନାଥ ପରିଚାଳନା କରିବାଥିବା ବେଳେ ଓଡିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାହିତ୍ୟ କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି,ନବରଙ୍ଗପୁର,କୋରାପୁଟ,ରାୟଗଡା ଜିଲ୍ଲାସହତି ଅନ୍ୟାନ ଉପକୁଳବର୍ତି ଜିଲ୍ଲାରୁ ଶତାଧିକ ଲେଖକ,ଲେଖିକା, ସାହିତ୍ୟିକ ମାନେ ଏକ ଘଟାଂରୁ ଉର୍ଦ୍ଦସମୟ ଧରି ଓ୍ବେବିନାର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡିହୋଇ ସେମାନଙ୍କର ସୁଚିନ୍ତିତ ମତ ଉପସ୍ଥାପନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.