Home ଜିଲ୍ଲା ପରିକ୍ରମା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା, ମଦ୍ରାସା ଫୈଯାନେ ଗରୀବ ନୱାଜରେ ଶ୍ୱେତାଶ୍ରୀ ଓ ସୌମ୍ୟରଞ୍ଜନଙ୍କୁ...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା, ମଦ୍ରାସା ଫୈଯାନେ ଗରୀବ ନୱାଜରେ ଶ୍ୱେତାଶ୍ରୀ ଓ ସୌମ୍ୟରଞ୍ଜନଙ୍କୁ ସମ୍ବର୍ଦ୍ଧନା

36

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର କଂଟାବଣିଆ ଗ୍ରାମସ୍ଥିତ ମଦ୍ରାସା ଫୈଯାନେ ଗରୀବ ନୱାଜଠାରେ “ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲ ଫେୟାର ଟ୍ରଷ୍ଟ” ଆନୁକୂଲ୍ୟରେ ଟ୍ରଷ୍ଟର ସଂପାଦକ ଶେଖ ମୋଇନୁଦ୍ଦିନଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ହାଫିଜ ଓ କାରୀ ୱଲିଉର ରହେମାନଙ୍କ କୋରାନ ପାଠରୁ ଏବଂ ଓଡ଼ିଶାର ସୁପ୍ରସିଦ୍ଧ କବି ମାଷ୍ଟର ମୁସ୍ତାକ ଗୌହରଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା। ଏହି ସଭାରେ ମୂଖ୍ୟ ଅତିଥି ଭାବେ ଭଦ୍ରକ ସିଟି ଡି.ଏସ.ପି ଅଂଶୁମାନ ଦ୍ୱିବେଦୀ ଓ ସମ୍ମାନିତ ଅତିଥି ଭାବେ ଭଦ୍ରକ ପୁରୁଣାବଜାର ଥାନା ଅଧିକାରୀ ନିରୋଜ କୁମାର ସାମଲ ଯୋଗଦାନ ହୋଇ ମଦ୍ରାସା ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଭଦ୍ରକ ସହରାଂଚଳ ଅପର୍ତିବିନ୍ଧା ନ୍ୟୁ-କଲୋନୀ ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ର , ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ ନାୟକଙ୍କ ସୁପୁତ୍ରୀ ଶ୍ୱେତାଶ୍ରୀ ମହାପାତ୍ର ଓ ଭଦ୍ରକ ପୁୁରୁଣାବଜାର ସ୍ଥିତ କଦମ୍ବବେଢ଼ା ନିବାସୀ ପୌରପାଳିକାର ପୁର୍ବତନ ପାରିଷଦ ହୃଦାନନ୍ଦ ବେହେରା, ପ୍ରଣତି ବେହେରାଙ୍କ ସୁପୁତ୍ର ପୁଅ ସୌମ୍ୟରଞ୍ଜନ ବେହେରା ଏବଂ ଉଭୟଙ୍କ ପିତାମାତାଙ୍କୁ ଅତିଥିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଏମାନଙ୍କ ସହିତ ଭଦ୍ରକ ମୁସଲିମ ଜମାତର ସାଧାରଣ ସଂପାଦକ ହାଜୀ ସେଖ ଏନାମ ମହମ୍ମଦ, ମୁସଲିମ ଜମାତର ସଂପାଦକ ହାଜୀ ଅବଦୁଲ ମୋକିତ୍ ଖାନ, ହାଜୀ ଅନୱର ହୋସେନ, ହାଜୀ କୟୁମ ଅଲୀ ଶାହା, ହାଜୀ ଅବୁ ହୋସେନ ଖାନ୍‌, ମିର୍ଜା ଏକ୍ରାମ ବେଗ, ଅଖତର ଅଲୀ ଖାନ, ମୁସଲିମ ଜମାତର ମିଡିଆ ସେଲର ସଂଯୋଜକ ଶେଖ ଅନୱର (ବାବୁ)ଙ୍କୁ ଅତିଥି ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ତତ୍‌ସହିତ ଚଳିତ ବର୍ଷ ଇଦ୍ ମିଲାଦୁନ୍ ନବୀ ବିନା ଡିଜେ, ବିନା ଭାଇବ୍ରେଟର ରେ, ଶାନ୍ତିଶୃଙ୍ଖଳା ସହିତ ଜୁଲୁସ ଓ କାଫେଲା ବାହାରିଥିବା ବସ୍ତିର ମୁଖ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ସେଖ ଗୋଲାମ ମହମ୍ମଦ, ସେଖ ଆସିକ, ସେଖ ଶାହିଦ ରଫିକ, ମହମ୍ମଦ ଅବଦୁର ରହିମ, ସେଖ ଅବଦୁଲ ବାରି, ଇସତାକ ଖାନ, ସାହଜାନ ଖାନ, ଅବଦୁଲ ଆବିଦ ଖାନ, ସାବିର ଖାନ ପ୍ରମୁଖମାନେ ସହଯୋଗ କରି ପରିଚାଳନା କରିଥିଲେ। ଶେଷରେ ସ୍ଥାନୀୟ ପାରିଷଦ ସୈୟଦ ନାସର ଅଲୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.