ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବାଳିକା କ୍ରିକେଟ ଦଳ ଅଣ୍ଡର ୧୬ ଓ ବାଳକ ଦଳ ଅଣ୍ଡର ୨୩ ଦଳରେ ମୋଟ ୩ଜଣ ସ୍ଥାନ ପାଇଛନ୍ତି। ବିସିସିଆଇ ଦ୍ୱାରା ପରିଚାଳିତ ଛତିଶଗଡ଼ ରାଇପୁରଠାରେ ହେବାକୁ ଥିବା ଅଣ୍ଡର ୧୬ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ଦଳରେ ଭଦ୍ରକ ଜିଲ୍ଳାରୁ ୨ଜଣ ମହିଳା କ୍ରିକେଟ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅନନ୍ୟା ପି ରାଉତ ଏବଂ ଅର୍ଚ୍ଚନା ରାଉତ ସ୍ଥାନ ପାଇଛନ୍ତି। ସେହିପରି ଅଣ୍ଡର ୨୩ କ୍ରିକେଟ ଦଳର ହାଇଦ୍ରବାଦ୍ ଠାରେ ହେବାକୁ ଥିବା ସି. କେ. ନାଇଡୁ ଟ୍ରଫି ପାଇଁ ଘୋଷିତ ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଲାରୁ ଜଣେ ଖେଳାଳୀ ମନୋନୀତ ହୋଇଛନ୍ତି। ସେ ହେଉଛନ୍ତି ଆକାଶ ମହାପାତ୍ର। ଏହି ଖେଳାଳୀଙ୍କ ଉନ୍ନତ ଖେଳ ଆଶା କରି ଜିଲ୍ଳା କ୍ରିକେଟ ଆସୋସିଏସନ ପକ୍ଷରୁ ସମ୍ପାଦକ ଧିରେନ ପଲାଇ, ଉପେନ୍ଦ୍ର ବାରିକ, ଅତିସ କୁମାର ବେହେରା, ବ୍ୟୋମକେଶ ସେନାପତି, ଭବତୋଷ ଦାସ ପ୍ରମୁଖ ଶୁଭକାମନା କରିଛନ୍ତି।








