ad
ଓଡ଼ିଶା

ଓଡ଼ିଶାର ସ୍ବାଧୀନ ମତବ୍ୟକ୍ତ କରିବାରେ କଣ୍ଟରୋଧ କରାଯାଉଛି

ରାୟଗଡ଼ା ୨୪/୧୧(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଓଡ଼ିଶାର ସ୍ବାଧୀନ ମତବ୍ୟକ୍ତ କରିବାରେ କଣ୍ଟରୋଧ କରାଯାଉଛି।ଉତ୍କଳ ଭାରତ ସଭାପତିଙ୍କୁ ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଜେଡି କର୍ମୀଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖାରବେଳଙ୍କୁ ଜଣେ ଯୁବକ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ ପଚାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ତାଙ୍କ ମୁହଁକୁ ମାଡ଼ ମାରି ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଭିଡିଓକୁ ଖାରବେଳ ଶେୟାର କରିଛନ୍ତି। ନିଜ ଫେସ୍‌ବୁକ୍ ପେଜ୍‌ରେ ସେ ଏହି ଭିଡିଓକୁ ଶେୟାର କରିଛନ୍ତି। ଏହି ଘଟଣା ରାୟଗଡ଼ାର କାଶୀପୁର ଅଞ୍ଚଳରେ ଘଟିଛି। ଏଭଳି ଘଟଣା ନେଇ ଖାରବେଳ କହିଛନ୍ତି ଯେ,ସଭା ପାଇଁ ପୁଲିସ ସହାୟତା ମାଗିଥିଲୁ, ଆସିବାକୁ କହି ଆସିଲେନି। ସଭା ଚାଲିଥିଲା ବେଳେ ୨-୩ ଜଣ ପହଞ୍ଚି ତୁମେ କିଏ ପଚାରିଲେ। ଆମକୁ ନପଚାରି କାହିଁକି ଆସିଛ ବୋଲି ପଚାରିଥିଲେ? ଅସାମାଜିକ ଯୁବକ ସୁମନ୍ତ ନାୟକ କାଶୀପୁର ଠାରେ ଏକ ସଭାରେ ଆକ୍ରମଣ କରିବା ସହ ବିଜେଡି ବିରୋଧରେ କାହିଁକି କହୁଛ କହି ଆକ୍ରମଣ କରିଥିଲେ। ଏମିତିକି ବିଧା ଚାପୁଡ଼ା ଗୋଇଠା ମାରିଲେ। ଫଳରେ ମୁଁ ତଳକୁ ପଡ଼ିଗଲି ବୋଲି ଖାରବେଳ କହିଛନ୍ତି। ସେମାନେ ମାଇକ ଷ୍ଟାଣ୍ଡ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ବିଜେଡି ବିରୋଧରେ କହିଲେ ହାଣିଦେବୁ ବୋଲି ସେମାନେ କହିଥିବା ଖାରବେଳ କହିଛନ୍ତି। ଏନେଇ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଯୁବକ ବିଜୁ ଜନତା ଦଳର ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ସମ୍ପୃକ୍ତ ଯୁବକକୁ ଗିରଫ କରିଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି। ଖାରବେଳ ବର୍ତ୍ତମାନ ରାୟଗଡା ଜିଲ୍ଲା ଏସପିଙ୍କ କାର୍ଯ୍ଯାଳୟରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀଙ୍କୁ ସ୍ବାକ୍ଷାତ କରି ସମସ୍ତ ବିଷୟରେ ଆଲୋଚନା କରିଥିଲେ।ପୂର୍ବରୁ ଖାରବେଳଙ୍କୁ ଆଳିରେ ଆକ୍ରମଣ ହୋଇଥିଲା। ସେଠାରେ ମଧ୍ୟ ଖାରବେଳଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top