Home ଜଗତସିଂହପୁର ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ତିର୍ତ୍ତୋଲ ବନ୍ୟାଞ୍ଚଳ ପରିଦର୍ଶନ

ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ତିର୍ତ୍ତୋଲ ବନ୍ୟାଞ୍ଚଳ ପରିଦର୍ଶନ

129

ଜଗତସିଂହପୁର-୯/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ମଙ୍ଗଳବାରଦିନ ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀ ଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା- ରାଜଶ୍ରୀ ମଲ୍ଲିକ ଓ ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।କ୍ରିଷ୍ଣାନଦପୁର ଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ।ଶଙ୍ଖେଶ୍ୱର ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.