Home ଓଡ଼ିଶା ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ବଡ଼ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ବଡ଼ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

48

ଓଡ଼ିଶା ସମେତ ୬ ରାଜ୍ୟର ଶିକ୍ଷା ଭିରିଭୂମି ବିକାଶ ପାଇଁ ବିଶେଷ ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା:

– ୫୭୧୮ କୋଟି ଟଙ୍କାର ବ୍ୟୟ ବରାଦକୁ ସିସିଇଏର ମଞ୍ଜୁରୀ
– ମୋଦି ସରକାରଙ୍କ ଜାତୀୟ ଶିକ୍ଷାନୀତି କ୍ରିୟାନୟନରେ ଦେବ ବଡ଼ ସହାୟତା
ଭୁବନେଶ୍ୱର/ନୂଆଦିଲ୍ଲୀ ୧୪ ଅକ୍ଟୋବର (ଓଡ଼ିଆ ପୁଅ) – ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟକୁ ଶିକ୍ଷାଦାନ, ଶିକ୍ଷା ଗ୍ରହଣ ଓ ପରୀକ୍ଷା ଫଳରେ ଭଲ ପ୍ରଦର୍ଶନପାଇଁ କାର୍ଯ୍ୟକ୍ରମ ବା ‘ଷ୍ଟାର୍ସ ଯୋଜନାକୁ ମୋଦି ସରକାରଙ୍କ ଅନୁମୋଦନ। ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା। ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ଅର୍ଥନୀତି ସମ୍ବନ୍ଧିୟ କ୍ୟାବିନେଟ କମିଟି ଉପୋରକ୍ତ କାର୍ଯ୍ୟ ପାଇଁ ୬ଟି ରାଜ୍ୟରେ ଖର୍ଚ୍ଚ ବାବଦକୁ ବିଶ୍ୱ ବ୍ୟାଙ୍କର ମୋଟ ୫୭୧୮ କୋଟି ଟଙ୍କା ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ର ସଫଳ ରୂପାୟନ ପାଇଁ ଏହି ପାଣ୍ଠି ଓଡ଼ିଶା ସମେତ ୬ଟି ରାଜ୍ୟର ଶିକ୍ଷା ଭିଭିଭୂମି ବିକାଶରେ ସହାୟକ ହେବ। ଏହା ଛଡ଼ା ଜାମ୍ମୁ-କାଶ୍ମୀର ଓ ଲଦାଖ ଭଳି କେନ୍ଦ୍ର ଶାସିତ ଅଂଚଳର ବିକାଶ ପାଇଁ ୨୨୦ କୋଟିର ଅନୁଦାନକୁ କ୍ୟାବିନେଟର ଅର୍ଥନୈତିକ କମିଟିର ଅନୁମୋଦନକୁ ମଧ୍ୟ ପ୍ରଶଂସା। କରିଛନ୍ତି। ଏହା ଦ୍ୱାରା ଏହି ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ସବୁ କେନ୍ଦ୍ରୀୟ ଯୋଜନାର ଉତ୍ତମ କ୍ରିୟାନୁୟନ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.