Home ଓଡ଼ିଶା ଏହି ଏକ୍ସପ୍ରେସରେ ମହଙ୍ଗା ହୋଇପାରେ ଖାଦ୍ୟ

ଏହି ଏକ୍ସପ୍ରେସରେ ମହଙ୍ଗା ହୋଇପାରେ ଖାଦ୍ୟ

209

ନୂଆଦିଲ୍ଲୀ,୧୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ସମେତ ପ୍ରିମିୟମ୍‌ ଟ୍ରେନଗୁଡ଼ିକରେ ଖାଦ୍ୟ ୪୦ ଟଙ୍କା ପଯ୍ୟର୍ନ୍ତ ମହଙ୍ଗା ହୋଇପାରେ। ଆଇଆରସିଟିସି ଏହାର ପ୍ରସ୍ତାବ ଭାରତୀୟ ରେଲେଓ୍ଵ ବୋର୍ଡକୁ ମଞ୍ଜୁରି ପାଇଁ ପଠାଇଛି। ବୋର୍ଡ ଅଧିକାରୀମାନଙ୍କର କହିବା ଅନୁଯାୟୀ, ପ୍ରିମିୟମ ଟ୍ରେନଗୁଡ଼ିକରେ ଖାଦ୍ୟପେୟର ସୁବିଧାକୁ ଆହୁରି ସୁବ୍ୟବସ୍ଥିତ କରିବାକୁ ବିଚାର କରାଯାଉଛି। ଯଦିଓ ଏବେ ଆଇଆରସିଟିସିର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇନାହିଁ।

ରେଳ ମନ୍ତ୍ରଣାଳୟ ଅଧିକାରୀମାନଙ୍କ କହିବା କଥା ହେଲା, ଯାତ୍ରୀମାନେ ଖାଦ୍ୟର ଖରାପ ଗୁଣାବତ୍ତା ନେଇ ଅଭିଯୋଗ କରିଆସୁଛନ୍ତି। ବିଗତ ଦିନଗୁଡ଼ିକରେ ଗୁଣାବତ୍ତାକୁ ସୁଧାରିବା ପାଇଁ ଖାଦ୍ୟପେୟର ମାତ୍ରାକୁ କମ୍‌ କରିଦିଆଯାଇଥିଲା। ଏକ ରିପୋର୍ଟରେ ମଧ୍ୟ ଧାଯ୍ୟର୍ ମାନଦଣ୍ଡଠାରୁ ଖରାପ ଖାଦ୍ୟ ପରଷିବା ଉପରେ ପ୍ରଶ୍ନ ଉଠିଥିଲା। ବିଗତ ୬ ବର୍ଷ ହେବ ଯଦିଓ ଖାଦ୍ୟର ଦାମ୍‌ ବଢ଼ିନାହିଁ, କିନ୍ତୁ ମୁଦ୍ରାସ୍ପୀତି ବା ଦରଦାମ୍‌ ବଢ଼ିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.