ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସି.ବି.ଏସ୍.ଇ ଦ୍ୱାରା ପ୍ରକାଶ ପାଇଥବା ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷାରେ ଏସ୍.ବି.ଡ଼ି ଇଂଟରନ୍ୟାସ୍ନାଲ ସ୍କୁଲର ଛାତ୍ରଛାତ୍ରୀଗଣ ବିଶେଷ ସଫଳତା ଅର୍ଜନ କରିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାରେ ୧୯୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସଫଳତା ହାର ୧୦୦ ପ୍ରତିଶତ ଅଟେ। ୩୭ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୭୫ଜଣ ଛାତ୍ରଛାତ୍ରୀ ୯୦ରୁ ୯୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ୬୪ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିଥିବା ବେଳେ ୪୧ ଜଣ ଛାତ୍ରଛାତ୍ରୀ ୬୦ରୁ ୭୯ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛନ୍ତି। କୁମାରୀ ସାନ୍ ପଟ୍ଟନାୟକ (୯୮.୮ ପ୍ରତିଶତ) ଏବଂ କୁମାରୀ ପ୍ରକୃତି ବେହୁରିଆ (୯୮.୪ ପ୍ରତିଶତ) ମାର୍କ ରଖି ବିଦ୍ୟାଳୟ ଟପ୍ପର ହେବାର ଗୌରବାର୍ଜନ କରିଛନ୍ତି । ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ୧୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ସି.ବି.ଏସ୍.ଇ. ଭୁବନେଶ୍ୱର ରିଜିଓନ୍ରେ ପାସ୍ ହାର ୭୮.୭ ହୋଇଥିବା ବେଳେ ବିଦ୍ୟାଳୟର ପାସ୍ ହାର ୯୫ ପ୍ରତିଶତ ଅଟେ। ୪ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ୯୦ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଥିବା ସମୟରେ ୨୭ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିବାରେ ସଫଳତା ଅର୍ଜନ କରିଛନ୍ତି। ୮୫ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି। କୁମାରୀ ସ୍ୱୟଂଶୀ ମହାରାଜ୍ ୯୧ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପ୍ପର୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବାଣିଜ୍ୟ ବିଭାଗର ସଫଳତା ହାର ୧୦୦ ପ୍ରତିଶତ ହୋଇଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଏବଂ ଉର୍ଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି। ୭ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିବା ବେଳେ, ୫ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଏବଂ ଉଦ୍ଧ୍ୱ ମାର୍କ ରଖିବାରେ ସଫଳ ହୋଇଛନ୍ତି। କୁମାର କିଶୋର ଗୁପ୍ତା ୯୭ ପ୍ରତିଶତ ମାର୍କ ରଖି ବାଣିଜ୍ୟ ବିଭାଗରେ ଟପ୍ପର୍ ହୋଇଛନ୍ତି। କଳା ବିଭାଗରେ ସଫଳତା ହାର ୧୦୦ ପ୍ରତିଶତ ହୋଇଥିବା ବେଳେ କୁମାରୀ ତ୍ରିଶା ଗୁପ୍ତା ୮୯ ପ୍ରତିଶତ ମାର୍କ ରଖି ଟପ୍ପ୍ ହୋଇଛନ୍ତି। ୪ ଜଣ ଛାତ୍ରଛାତ୍ରୀ ୮୦-୮୯ ପ୍ରତିଶତ, ୨ଜଣ ଛାତ୍ରଛାତ୍ରୀ ୬୦ ଏବଂ ତଦୁର୍ଦ୍ଧ୍ୱ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଉକ୍ତ ସଫଳତାକୁ ନେଇ ଅଧ୍ୟକ୍ଷ, ନିର୍ଦ୍ଦେଶକ, ପରିଚାଳନା କମିଟି ଏବଂ ସମସ୍ତ କର୍ମଚାରୀ ଆନନ୍ଦ ପ୍ରକଟ କରିଛନ୍ତି।