ad
ଓଡ଼ିଶା

ଏସପିଙ୍କ ସାମ୍ବାଦିକ ସମ୍ମିଳନୀ : ଉତ୍କଳ ଭାରତ ସଭାପତିଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ୭ଦିନ ପାଇଁ ରିମାଣ୍ଡରେ ଅଣାଯିବ

ରାୟଗଡ଼ା ୨୬/୧୧(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ସାରା ରାଜ୍ୟରେ ଚର୍ଚ୍ଚିତ ଖବର ହୋଇଛି ଉତ୍କଳ ଭାରତ ସଭାପତିଙ୍କୁ ଆକ୍ରମଣ ଘଟଣା। ବିଭିନ୍ନ ରାଜନୈତିକ ଦଳ ଘଟଣାକୁ ନିନ୍ଦା କରିବା ବେଳେ ରାୟଗଡା ଏସପି ରାହୁଲ ପି ଆର ଆଜି ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛନ୍ତି। ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ କରିଥିବା ଯୁବକ ସୁମନ୍ତ ନାୟକ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଅଭିଯୁକ୍ତଙ୍କୁ ୭ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଛି। ଅନ୍ୟ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ।


ସେମାନଙ୍କ ନାମ ପଚାରିବାରୁ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି। ଗିରଫ ଅଭିଯୁକ୍ତ କେଉଁ ରାଜନୈତିକ ଦଳର ବୋଲି ପଚାରିବାରୁ ବର୍ତ୍ତମାନ ସେମିତି କିଛି ଜଣା ପଡିନାହିଁ। ଅଭିଯୁକ୍ତ ନାମରେ ଅନ୍ୟ କେଉଁ କେଉଁ ଥାନାରେ ମାମଲା ରହିଛି ଆଗରୁ କଣ ମାମଲା ଅଛି ସେ ବିଷୟରେ ତଦନ୍ତ ଚାଲିଛି ବର୍ତ୍ତମାନ ସେ ସୂଚନା ନାହିଁ ବୋଲି କହିଛନ୍ତି। ଏହି ଆକ୍ରମଣକୁ ନେଇ କାଶୀପୁର ଥାନାରେ କେସ ନମ୍ବର ୧୦୭ରେ ମାମଲା ରୁଜ୍ଜୁ ହେଇଛି। ଏହି ଘଟଣା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କୌଣସି ଚିଠି ପହଞ୍ଚି ନାହିଁ କିନ୍ତୁ ଡିଜିପି ଜଣାଇଛନ୍ତି ବୋଲି କହିଛନ୍ତି। ଉକ୍ତ ଅଭିଯୁକ୍ତ ନାମରେ ଧାରା ୩୪୧, ୩୨୩,୨୯୪,୩୨୫,୩୦୭,୫୦୬ ଏବଂ ୩୪ ଆଇପିସି ମାମଲା ରୁଜ୍ଜୁ ହୋଇଛି। ଖାରବେଳଙ୍କ ଅଭିଯୋଗ ପ୍ରକାରେ ପଥପ୍ରାନ୍ତ ସଭା କରିବା ପୂର୍ବରୁ କାଶୀପୁର ପୋଲିସର ସହଯୋଗ ମାଗିଥିଲେ ଏବଂ ଗଣ୍ଡଗୋଳ ହେବା ସମୟରେ ମଧ୍ୟ ପୋଲିସକୁ ଫୋନ କରିଥିଲେ କାହିଁକି ସହଯୋଗ କରାଗଲା ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଲେ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ଏହା ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିସିପି ରାଜେନ୍ଦ୍ର କୁମାର ଦାସ ଏବଂ ରାୟଗଡା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ଭାତ୍ରା ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top