Home ଅନୁଗୁଳ ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

83

ତାଳଚେର,୨୩/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ବଳରାମ ଟାଉନସିପ୍ ଅନ୍ତର୍ଗତ ଦୁର୍ଗାମଣ୍ଡପ ଓ ଜଳ ବିଶୋଧନ ପ୍ଲାଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ, ବଡଯୋରଡା ସରପଂଚ ସରସ୍ୱତୀ ସାହୁ, ବଡଯୋରଡା ଗ୍ରାମ୍ୟ କମିଟି ସଭାପତି ଆଲୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଦୁର୍ଗାମଣ୍ଡପ ପରିସରରେ ୬୦ଟି ନଡିଆ ଗଛ,୩୦ଟି ଆମ୍ବଗଛ ଓ ୩୦ଟି ପିଜୁଳି ଗଛ ରୋପଣ କରାଯାଇଥିବା ବେଳେ ଜଳ ବିଶୋଧନ ପ୍ଲାଣ୍ଟ ପରିସରରେ ୧୦୦୦ଟି ଆଲୋବେରା,୨୦୦ଟି ଅମୃତ ଭଣ୍ଡା, ୪୦ଟି କଦଳୀ ଓ ୧୦ଟି ନଡିଆ ଗଛର ଚାରା ରୋପଣ କରାଯାଇଥିଲା । ଏହାସହିତ ଅତିଥିମାନେ ଅବକ୍ଷୟମୁଖୀ ପୃଥିବୀକୁ ଧ୍ୱସଂ ମୁଖରୁ ବଂଚାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଭିଡ-୧୯ର ସମସ୍ତ ନିୟମକୁ ପାଳନ କରାଯାଇଥିବା ବେଳେ ଏଥିରେ ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତାଙ୍କ ସହ ହିଙ୍ଗୁଳା କ୍ଷେତ୍ରର ବିଭିନ୍ନ ପଦସ୍ଥ ଅଧିକାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନସ୍‌ିଂ ମାଧ୍ୟମରେ ନୂଆଦିଲ୍ଲୀସ୍ଥିତ କୋଇଲା ମନ୍ତ୍ରାଳୟ ଦ୍ୱାରା ପାଳନ କରାଯାଉଥିବା ବନ ମହୋତ୍ସବ ସମାରୋହ ସହିତ ସଂଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.