Home ଅନୁଗୁଳ ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

102

ତାଳଚେର,୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)): ସେଂଟ୍‌ଜନ ଆମ୍ବୁଲାନସ୍ ଓଡିଶା ଶାଖାର ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର,ବୃକ୍ଷରୋପଣ, କରୋନା ମହାମାରୀର ସଚେତନତା,ସର୍ବସାଧାରଣ ବ୍ୟବହୃତ ସ୍ଥାନ ପରିଷ୍କାର, ପୂଜ୍ୟ ପୂଜା (ମହାପୁରୁଷ ମାନଙ୍କର ପ୍ରତିମୂର୍ତି ପରିସ୍କାର ଓ ମାଲ୍ୟାର୍ପଣ) ଏବଂ ପ୍ରାଥମିକ ଚିକିତ୍ସାର ସଚେତନତା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ର ଡିଭିଜନ୍ କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଏମ୍‌.ସି.ଏଲ୍‌.ର ଜଗନ୍ନାଥ ଏରିଆ, ଲିଙ୍ଗରାଜ ଏରିଆ,ଭୁବନେଶ୍ୱରୀ ଏରିଆ,ଭରତପୁର ଏରିଆ,ହିଙ୍ଗୁଳା ଏରିଆ, କଣିହାଁ ଏରିଆ,ତାଳଚେର ଏରିଆ,ସେଂଟ୍ରାଲ୍ ୱାର୍କସପ୍ ଓ ସେଂଟ୍ରାଲ୍ ହସ୍‌ପିଟାଲ୍ ର ବ୍ରିଗେଡ୍ ମେମ୍ବରମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା । ଶନିବାର ୧୨ତାରିଖ ଦିନ ସେଂଟ୍‌ଜନ ଆମ୍ବୁଲାନସ୍ ଓଡିଶାର ସେକ୍ରେଟାରୀଙ୍କ ଆନୁକୂଲ୍ୟରେ ମାନ୍ୟବର ରାଜ୍ୟପାଳ ମହୋଦୟଙ୍କ ଦ୍ୱାରା ଗଭର୍ଣ୍ଣର ହାଉସ୍ ଠାରେ ଅନ୍‌ଲାଇନ୍ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ପ୍ରାଥମିକ ଚିକିତ୍ସା ଅଭାବରୁ କୌଣସି ଲୋକ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେ ବିଷୟରେ ମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.