Home ଅନୁଗୁଳ ଏମ୍‌ସିଏଲ ସିଏମଡିଙ୍କ ତାଳଚେର କୋଲ ଫିଲଡ଼ସ ପରିଦର୍ଶନ

ଏମ୍‌ସିଏଲ ସିଏମଡିଙ୍କ ତାଳଚେର କୋଲ ଫିଲଡ଼ସ ପରିଦର୍ଶନ

20

ତାଳଚେର,୦୯/୦୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଏମ୍‌ସିଏଲ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନା ତାଳଚେର କୋଲ ଫିଲଡ଼ସ ପରିଦର୍ଶନ କରିଛନ୍ତି। ସିହ୍ନା ନିଜ ଗସ୍ତ କାଳରେ ଏମ୍‌ସିଏଲ ର ଲିଙ୍ଗରାଜ ଖୋଲାମୁହାଁ କୋଇଲାଖଣି କ୍ଷେତ୍ରକୁ ନିରୀକ୍ଷଣ କରିବାସହିତ କୋଇଲା ଉତ୍ପାଦ ପାରାମିଟରର ସମୀକ୍ଷା କରିଥିଲେ । ସିଏମଡି ଶ୍ରୀ ସିହ୍ନାଙ୍କ ସହିତ ନିର୍ଦ୍ଦେଶକ(ବୈଷୟିକ/ସଂଚାଳନ)ଓ.ପି.ସିଂହ ଏବଂ ମହାପ୍ରବନ୍ଧକଗଣ ଉପସ୍ଥିତ ଥିଲେ। ଏହି ଗସ୍ତ କାଳରେ ସିଏମଡି ଶ୍ରୀ ସିହ୍ନା କୋଇଲା ଉତ୍ପାଦନ ବୃଦ୍ଧି କରିବା ପାଇଁ ଏମ୍‌ସିଏଲ ଟିମ୍ ର ମନୋବଳ ବଢ଼ାଇଥିଲେ। ବାର୍ଷିକ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ସଂସାଧନକୁ ବଢ଼ାଇବା ପାଇଁ ଅଧିକାରୀ,କର୍ମଚାରୀମାନଙ୍କ ସହ ଚର୍ଚ୍ଚା କରି ସେମାନଙ୍କୁ ପ୍ରେରଣା ଦେଇଥିଲେ । କୋଇଲା ଉତ୍ପାଦନ ଏବଂ ଡେସପାଚ୍ ବଢ଼ାଇବା ପାଇଁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ଶ୍ରୀ ସିହ୍ନା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହିତ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ ପାରିପାଶ୍ୱିର୍କ କ୍ଷେତ୍ରର ଲୋକମାନଙ୍କ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.