Home ଜିଲ୍ଲା ପରିକ୍ରମା ଏମ୍‌ଭିଆଇ ଚେକିଂ ବେଳେ ପିକ୍‌ଅପ୍ ଦୁର୍ଘଟଣାଗ୍ରସ୍ଥ, ଚାଳକ ଗୁରୁତର

ଏମ୍‌ଭିଆଇ ଚେକିଂ ବେଳେ ପିକ୍‌ଅପ୍ ଦୁର୍ଘଟଣାଗ୍ରସ୍ଥ, ଚାଳକ ଗୁରୁତର

58

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ମହାବିଦ୍ୟାଳୟ ଛକଠାରେ ଏକ ଆନ୍ଧ୍ରା ଟ୍ରକ୍ (ଟିଏନ୍‌-୨୮ବିଡି-୦୬୮୨) କୁ ଏକ ପିକ୍‌ଅପ୍ (ଓଡ଼ି-୦୧ଏଡି-୨୯୨୨) ପଛରୁ ଧକ୍‌କା ମାରି ରାସ୍ତା ଡିଭାଇଡର ଉପରକୁ ଚଢିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଉପରୋକ୍ତ ଆନ୍ଧ୍ରା ଟ୍ରକ୍‌ଟି ବାଲେଶ୍ୱର ଆଡୁ ଭଦ୍ରକକୁ ଆସୁଥିବାବେଳେ ତାକୁ ଏମ୍‌ଭିଆଇ ଗାଡି ପିଛା କରି ଚରମ୍ପା ମହାବିଦ୍ୟାଳୟ ଛକ ନିକଟରେ ଆଡା ପକାଇ ଅଟକାଇଥିଲା । ଯାହାଫଳରେ ପଛରେ ଆସୁଥିବା ମ୍ୟାଗି ବୋଝେଇ ପିକଅପଟି ଏହି ଆନ୍ଧ୍ରା ଟ୍ରକ୍‌କୁ ପିଟିଥିଲା । ଗୁରୁତର ଆହତ ହୋଇଥିବା ଚାଳକ ବାଲେଶ୍ୱର ଜିଲାର କନ୍ତାପଡା ଗାଁର ଚନ୍ଦନ ମହାପାତ୍ରକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦମକଳ ସାହାଯ୍ୟରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଦୁର୍ଘଟଣା ଘଟାଇବାରେ ମୁଖ୍ୟ ଭୂମିକା ନିଭାଇଥିବା ଏମଭିଆଇ ଗାଡି ସେ ସ୍ଥାନରୁ ଛୁ ମାରିଥିଲା । ବାରମ୍ବାର ଏମଭିଆଇ ଚେକିଂ ବେଳେ ଦୁର୍ଘଟଣା ଘଟି ଅନେକ ସମୟରେ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ଆଞ୍ଚଳିକ ପରିବହନ ବିଭାଗର ବେଫିକର ଥିବା ଭଳି ମନେହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.