Home ଓଡ଼ିଶା ଏମଏସପିକୁ ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର...

ଏମଏସପିକୁ ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

90

କେନ୍ଦ୍ର କ୍ୟାବିନେଟ୍‌ର ୬ଟି ରବି କୃଷିଜାତ ସାମଗ୍ରୀ ଉପରେ ଏମଏସପି ବୃଦ୍ଧିକୁ ମଞ୍ଜୁରି

– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରକୁ ଧନ୍ୟବାଦ
– କେନ୍ଦ୍ର ସରକାର ଆଗାମୀ ରବି ଫସଲ ପାଇଁ ଏମଏସପି ବୃଦ୍ଧି କରିଛନ୍ତି
– ଗହମ ପାଇଁ ଏମଏସପି କ୍ୱିଂଟାଲ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି
– ମୋଦି ସରକାରରେ ଚାଷୀ ମାନଙ୍କୁ ଏମଏସପି ବାବାଦକୁ ୭ ଲକ୍ଷ କୋଟି ଟଙ୍କା ଦିଆଯାଇଛି
– କୃଷି ବିଲ ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ଓ ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ
– ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ଏମଏସପିରେ କୌଣସି ପ୍ରଭାବ ପଡିବ ନାହିଁ
– ମୋଦି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ (ଓଡ଼ିଆ ପୁଅ) – ସଂସଦରେ କୃଷି ବିଲ୍ ପାରିତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବା ନେଇ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରକୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀରେ ଏମ୍‌ଏସ୍‌ପି ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ଆଗାମୀ ରବି ଫସଲ ପାଇଁ ଏମଏସପି ବୃଦ୍ଧି କରିଛନ୍ତି। ଗହମ ପାଇଁ ଏମଏସପି କ୍ୱିଂଟାଲ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଏମଏସପି ବୃଦ୍ଧି ପରେ ବର୍ତମାନ ଗହମର ମୂଲ୍ୟ କ୍ୱିଂଟାଲ ପିଛା ହୋଇଛି ୧୯୭୫ ଟଙ୍କା। ସେହିପରି ଚଣା ଡାଲିର ଏମଏସପି ୨୨୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଚଣା ଡାଲି କ୍ୱିଂଟାଲ ପିଛା ଏମଏସପି ୫୧୦୦ ଟଙ୍କା ହୋଇଛି। ମସୁର ଡାଲି ୩୦୦ ଟଙ୍କା କ୍ୱିଂଟାଲ ପିଛା ବୃଦ୍ଧି କରାଯିବା ପରେ ଏହାର ମୂଲ୍ୟ ହୋଇଛି ୫୧୦୦ ଟଙ୍କା ା ସୋରିଷ କ୍ୱିଂଟାଲ ପିଛା ୨୨୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏହାର ମୂଲ୍ୟ ଏବେ ହୋଇଛି ୪୬୫୦ ଟଙ୍କା। ବାର୍ଲି କ୍ୱିଂଟାଲ ପିଛା ୭୫ ଟଙ୍କା ଏମଏସପି ବୃଦ୍ଧି କରାଯାଇଥିବା ବେଳେ ଏବେ ଏହାର ମୂଲ୍ୟ କ୍ୱିଂଟାଲ ପିଛା ହୋଇଛି ୧୬୦୦ ଟଙ୍କା। କୁସୁମ କ୍ୱିଂଟାଲ ପିଛା ୧୧୨ ଟଙ୍କା ବୃଦ୍ଧି ହେବା ପରେ ଏହାର ମୂଲ୍ୟ ୫୩୨୭ ଟଙ୍କା ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି ୨୦୧୩-୧୪ରେ କଂଗ୍ରେସ ଶାସନରେ ଚାଷୀମାନେ ମସୁର ଡାଲି କ୍ୱିଂଟାଲ ପିଛା ୨୯୫୦ ଟଙ୍କାରେ ବିକ୍ରି କରୁଥିଲେ। କିନ୍ତୁ ଆଜି ଚାଷୀମାନେ ୫, ୧୦୦ ଟଙ୍କାରେ ମସୁର ଡାଲି କ୍ୱିଂଟାଲ ପିଛା ବିକ୍ରି କରିପାରିବେ। ଯାହା ତୁଳନା କଲେ ମୋଦି ସରକାରରେ ଏହି ପରିମାଣ ୭୩ ପ୍ରତିଶତ ବୃଦ୍ଧି ପାଇଛି। ସେ କହିଛନ୍ତି ୨୦୧୪-୧୯ ମଧ୍ୟରେ ମୋଦି ସରକାର ଚାଷୀଙ୍କ ଠାରୁ ୭୬-୮୫ ଲକ୍ଷ ମେଟ୍ରିକ ଟନର ଡାଲି କିଣିଛନ୍ତି। ମୋଦି ସରକାରରେ ଚାଷୀ ମାନଙ୍କୁ ଏମଏସପି ବାବାଦକୁ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ଦିଆଯାଇଛି। କଂଗ୍ରେସର ଶେଷ କାର୍ଯ୍ୟକାଳ ସମୟରେ ଚାଷୀଙ୍କୁ ଦିଆଯାଇଥିବା ଏମଏସପିକୁ ହିସାବ କଲେ ମୋଦି ସରକାରରେ ଏହା ଦୁଇ ଗୁଣା ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି କୃଷକ ଏବଂ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍ ୨୦୨୦ ବିଲ୍ ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି। କିନ୍ତୁ ବାସ୍ତବରେ ଏହା ଭୁଲ। ରାଜ୍ୟ ସରକାରଙ୍କ ଅଧୀନରେ ମଣ୍ଡିର ପରିଚାଳନା ଏବଂ ନିୟମ ପୂର୍ବଭଳି ଅପରିବର୍ତିତ ରହିବ। ମାତ୍ର ଚାଷୀମାନେ ମଣ୍ଡି ବ୍ୟତିତ ମଣ୍ଡି ବାହାରେ ବିକିବାକୁ ମଧ୍ୟ ସାମର୍ଥ୍ୟ ହେବେ। ଏହି ବିଲ୍ କୃଷକଙ୍କୁ ସଶକ୍ତ କରିବା ସହ କୃଷି ଭିତିଭୂମିକୁ ମଜବୁତ୍ କରିବ ଏବଂ ଚାଷୀଙ୍କ ପାଇଁ ନୂଆ ବଜାର ସୃଷ୍ଟି ହେବ। ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ। ଏହି ବିଲ୍ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିବ। ଦେଶର ଚାଷୀଙ୍କ ଆୟ ବଢିବ ଏବଂ ସେମାନଙ୍କ ଜୀବନରେ ସୁପ୍ରଭାବ ପକାଇବ ଶ୍ରୀ ପ୍ରଧାନ କହିଛନ୍ତି।

ମୋଦି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଲଗାତାର ନୂଆ ଉଦ୍ୟମ କରୁଛନ୍ତି। କିନ୍ତୁ କିଛି ରାଜନୈତିକ ଦଳ କୃଷି ସଂସ୍କାର ବିଧେୟକକୁ ବିରୋଧ କରି ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ମୋଦି ସରକାରଙ୍କ ଅନ୍ନଦାତାଙ୍କ ପ୍ରତି କଲ୍ୟାଣ ସର୍ବୋପରି ରହିଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.