Home ଜିଲ୍ଲା ପରିକ୍ରମା ଏବେବି ହଜିଯାଇନି ମାନବିକତା; ନିଜେ ଅସୁସ୍ଥ ଥାଇ ଅନ୍ୟର ସେବାରେ ବ୍ରତ୍ରୀ ସତ୍ୟବ୍ରତ

ଏବେବି ହଜିଯାଇନି ମାନବିକତା; ନିଜେ ଅସୁସ୍ଥ ଥାଇ ଅନ୍ୟର ସେବାରେ ବ୍ରତ୍ରୀ ସତ୍ୟବ୍ରତ

63

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଂଚିରହିଛି, ଯାହାର ସଦ୍ୟ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଇରମ ଡାକ୍ତରଖାନାର ଫାର୍ମାସିଷ୍ଟ ସତ୍ୟବ୍ରତ ମହାଳିକଙ୍କ କ୍ଷେତ୍ରରେ । ଯିଏ ନିଜ ଜୀବନକୁ ତୁଚ୍ଛ କରି କରୋନା ମହାମାରୀ ସମୟରେ ନିଜେ ଅସୁସ୍ଥ ଥାଇ ଚିକିତ୍ସିତ ହେବା ସହ କର୍ତ୍ତବ୍ୟ କରିଚାଲିଛନ୍ତି । ଏଠାରେ ସୂଚନାଯୋଗ୍ୟ ସତ୍ୟବ୍ରତ ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କର କାନ୍ଧହାଡ ଭାଙ୍ଗିଯିବା ସହ ମୁଣ୍ଡର ପଛପଟ ଫାଟିଯାଇଛି । ନିଜର ଏଭଳି ଅସୁସ୍ଥତା ଯୋଗୁଁ ସେ ନିଜେ କାର୍ଯ୍ୟ କରୁଥିବା ଇରମ ଡାକ୍ତରଖାନାରେ ଚିକିତ୍ସିତ ହେବା ସହ ନିଜ ଅସୁସ୍ଥତାକୁ ଖାତିର ନକରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏହି ଡାକ୍ତରଖାନାରେ ଡାକ୍ତର ନଥିବାରୁ ଏଠାରେ ଜଣେ ଫାର୍ମାସିଷ୍ଟ ହିସାବରେ ସେ ହିଁ ଲୋକମାନଙ୍କର ଏକମାତ୍ର ସାହା ଓ ଭରସା । ଯେଉଁକଥାକୁ ଉପଲବ୍ôଧ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କିନ୍ତୁ ପ୍ରଶାସନର ନଜର ଟିକିଏ ବି ଏହି ମେଡିକାଲ ପ୍ରତି ନାହିଁ କହିଲେ ଚଳେ । ଏଣୁ ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି । ବାସ୍ତବରେ ଏଭଳି ବ୍ୟକ୍ତିତ୍ୱ କେବଳ ବାସୁଦେବପୁର ନୁହଁ, ସମଗ୍ର ମାନବ ଜାତି ପାଇଁ ଗୌରବର ବିଷୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.