Home ଜିଲ୍ଲା ପରିକ୍ରମା ଏବେବି ସୁଦ୍ଧା ଭଦ୍ରକ ଚଣ୍ଡିଗାଁ ପଂଚାୟତର କ୍ଷୀରସାହି ଗାଁକୁ ରାସ୍ତା ସାତ ସପନ

ଏବେବି ସୁଦ୍ଧା ଭଦ୍ରକ ଚଣ୍ଡିଗାଁ ପଂଚାୟତର କ୍ଷୀରସାହି ଗାଁକୁ ରାସ୍ତା ସାତ ସପନ

10

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଚଣ୍ଡିଗାଁ ପଂଚାୟତର କ୍ଷୀରସାହି ଗାଁର ଜନବସତି କହିଲେ ଏଠାରେ ଏକ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଏହି ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ନକହିଲେ ଭଲ । ଏହି ଗ୍ରାମରୁ ଲୋକମାନେ ଏହି ରାସ୍ତା ଦେଇ ଭଦ୍ରକ ଟାଉନ୍‌ରେ ଅବସ୍ଥିତ ମେଡିକାଲ, ସରକାରୀ ଅଫିସ୍ ଯିବାଆସିବା କରିବା ସଂଗେ ସଂଗେ ପିଲାମାନେ ସ୍କୁଲ ଓ କଲେଜକୁ ଯାତାୟତ କରୁଛନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ଏହି ଗାଁ ହୋଇଥିବାରୁ ଟିକେ ବର୍ଷା ହେଲେ ଏହି କାଦୁଅ ରାସ୍ତାରେ ଚଲାବୁଲା କରିବା ପାଇଁ ଗ୍ରାମବାସୀମାନେ ନାନାଦି ହଇରାଣ ହରକତ ହେଉଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଗ୍ରାମବାସୀଙ୍କ ତରଫରୁ ବିଭିନ୍ନ ଦାବୀ କରାଯାଉଛି, ହେଲେ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ କେହି ଭ୍ରୁକ୍ଷେପ କରୁନାହାଁନ୍ତି । ଏଣୁ ଗ୍ରାମବାସୀଙ୍କ ତରଫରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଂଜୁଲତା ମଣ୍ଡଳଙ୍କୁ ନିବେଦନ କରିଛନ୍ତି ଯେ ଏହି ଗ୍ରାମର ରାସ୍ତାକୁ ପରିଦର୍ଶନ ପୂର୍ବକ ତାଙ୍କର ନିର୍ବାଚନ କ୍ଷେତ୍ରରେ ଏଭଳି ଏକ ଗାଁକୁ ରାସ୍ତା ନାହିଁ ବୋଲି ହୃଦୟଙ୍ଗମ କରି ରାସ୍ତାଟିଏ କରାଇଲେ ଗ୍ରାମବାସୀମାନେ ଉପକୃତ ହେବେ ବୋଲି କହିଛନ୍ତି । ଚାରିଆଡେ ବିକାଶ ହେଉଥିବାବେଳେ ଏହି ଗାଁ କାହିଁକି ଖଣ୍ଡେ ରାସ୍ତାରୁ ବଂଚିତ ହୋଇ ରହିଛି, ତାହା ସମସ୍ତ ଗ୍ରାମବାସୀଙ୍କୁ ନିରାଶ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.