Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଏବର୍ଷ ରଣପୁରରେ ରଥ ଛେରାପହଁରା କରିବେନି ରାଜା ସାହେବ

ଏବର୍ଷ ରଣପୁରରେ ରଥ ଛେରାପହଁରା କରିବେନି ରାଜା ସାହେବ

64

ନୟାଗଡ଼ ୧୬/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରାଯାଉଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ସେବକ ରଣପୁର ରାଜାଙ୍କୁ ଅଣଦେଖା କରାଯାଉଥିବା ଚଳିତ ବର୍ଷ ରଣପୁର ରାଜାସାହେବ ରଥ ଛେରା ପହଁରା କାର୍ଯ୍ୟ କରିବେ ନାହିଁ ବୋଲି ଜଣାପଡିଛି। ଗଣମାଧ୍ୟମ କୁ ଏଭଳି ସୂଚନା ଦେଇଛନ୍ତି ଯୁବରାଜ କୌଶିକ ଚନ୍ଦ୍ର ସିଂଦେଓ। ସୂଚନା ଅନୁଯାଇ ଶ୍ରୀ ମନ୍ଦିର ପରିଚାଳନା କମିଟି ରଣପୁର ରାଜାସାହେବଙ୍କୁ ଅଣଦେଖା କରି ଆସୁଅଛି। ରଣପୁର ରାଜ ପରିବାର ଓ ଶ୍ରୀ ମନ୍ଦିର ଅଙ୍ଗାଙ୍ଗୀଭାବେ ଜଡିତ। ରଣପୁର ରାଜା ରଣପୁର ରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ପ୍ରତିଷ୍ଠା ସମୟରେ ଜଗନ୍ନାଥ ଙ୍କର ଭୋଗ ଭିଆଣ ପାଇଁ ନିସ୍କର ଜମିବାଡି ଖଞ୍ଜିଥିଲେ। ସେହିଦିନ ଠାରୁ ଶ୍ରୀ ମନ୍ଦିର ଚାରିବାଡରେ ଭୋଗ ହେଉଥିବା ସଙ୍ଖୁଡି ଭୋଗ ଚଉଠ ଭାଗ ରାଜ ପରିବାରକୁ ଯାଇଥାଏ। ଏବେ ପରିଚାଳନା କମିଟି ରାଜ ପରିବାର ର ଚଉଠ ଭୋଗ କୁ ବନ୍ଦ କରିଥିବା ଅଭିଯୋଗ ହେଉଛି। ସେହିଭଳି ଭାବରେ ମନ୍ଦିର ରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ପୁର୍ବରୁ ପ୍ରତ୍ୟେକ ବୈଠକ ରେ ପ୍ରଥମ ସେବକ ଭାବରେ ଉପସ୍ଥିତ ରହିବା କଥା।

କିନ୍ତୁ ବୈଠକକୁ ରାଜାଙ୍କୁ ସୂଚନା ଦିଆଯାଉନଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକେ ଯୁବରାଜ କୌଶିକ ଚନ୍ଦ୍ର ସିଂଦେଓ କୁହନ୍ତି ଯେ ପରିଚାଳନା କମିଟି ଓ ପ୍ରଶାସକ ଆମ୍ଭ ରାଜ ପରିବାରକୁ ଅଣଦେଖା କରୁଥିବାରୁ ଚଳିତ ବର୍ଷ ରାଜା ସାହେବ ରଥ ଛେରା ପହଁରା କାର୍ଯ୍ୟ କରିବେ ନାହିଁ। ଏ ସର୍ମ୍ପକେ ପରିଚାଳନା କମିଟିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତିଯେ ରାଜ ପରିବାର ପୁର୍ବରୁ କୌଣସି ବୈଠକରେ ଯୋଗ ଦେଉନଥିଲେ। ତେଣୁ ତାଙ୍କୁ କେବଳ ରଥ ଛେରା ପହଁରା କରିବା ପାଇଁ ନିମନ୍ତ୍ରଣ ଦିଆଯାଉଅଛି। ରାଜ ପରିବାର ପାଇଁ ଉଦିଷ୍ଟ ଚଉଠ ଭୋଗ ପୂର୍ବରୁ କିଛି ସେବାୟତ ବିକ୍ରୟ କରି ରାଜ ପରିବାରରେ ଅର୍ଥ ଜମାକରି ଆସୁଥିଲେ। କିନ୍ତୁ ରାଜ ପରିବାର ର ଚଉଠ ଭୋଗ ରେ ଅନ୍ନ ପ୍ରସାଦ ଅନୁଯାଇ ବ୍ୟଞ୍ଜନ ହୋଇନଥାଏ। ଯାହାଫଳରେ ରାଜ ପରିବାରର ଭୋଗ ବିକ୍ରୟ କରୁଥିବା ସେବାୟତ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗ ସହ ମନ୍ଦିରରେ ବିକ୍ରୟ କରିଥାନ୍ତି। ତେଣୁ ବାହାର ପ୍ରସ୍ତୁତ ବ୍ୟଞ୍ଜନ ମନ୍ଦିରରେ ପ୍ରବେଶ କୁ ପରିଚାଳନା କମିଟି ନିଷିଦ୍ଧ କରିବାରୁ ରାଜ ପରିବାର ର ଚଉଠ ଭୋଗ ଦିଆଯାଇ ପାରୁନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.