Home ଜିଲ୍ଲା ପରିକ୍ରମା ଏଆଇକେକେଏମ୍‌ଏସ୍ ପକ୍ଷରୁ ଭଣ୍ଡାରିପୋଖରୀ ତହସିଲ ଅଫିସ୍‌ରେ ଧାରଣା

ଏଆଇକେକେଏମ୍‌ଏସ୍ ପକ୍ଷରୁ ଭଣ୍ଡାରିପୋଖରୀ ତହସିଲ ଅଫିସ୍‌ରେ ଧାରଣା

34

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ୧୯୫୫ କୁ ସଂଶୋଧନ କରି ଯେଉଁ ନୂତନ ଆଇନ୍ ପ୍ରଣୟନ କରାଯାଇଛି, ତାହା ଦେଶର ସମଗ୍ର ଚାଷୀକୂଳ ଓ ଖାଉଟିମାନଙ୍କର ସର୍ବନାଶ କରିବ । ଏହାଛଡା ପ୍ରାଇଭେଟ୍ ମଣ୍ଡି ଆଇନ୍ ଓ ଚୁକ୍ତିଚାଷ ଆଇନ୍ ଦ୍ୱାରା ପ୍ରାଇଭେଟ୍ କଂପାନୀମାନେ ଚାଷୀ ଓ ସମଗ୍ର ଜନଗଣଙ୍କୁ ନିର୍ମମ ଭାବେ ଶୋଷଣ କରିବାର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଭଣ୍ଡାରିପୋଖରୀ ତହସିଲ ଅଂଚଳର ଚାଷୀ ମୂଲିଆମାନଙ୍କ ପକ୍ଷରୁ ୨୦ ଜଣ ପ୍ରତିନିଧି ଅଲ୍ ଇଣ୍ଡିଆ କିସାନ କ୍ଷେତ ମଜଦୁର ସଂଗଠନ ନେତୃତ୍ୱରେ ଭଣ୍ଡାରିପୋଖରୀ ତହସିଲ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଏବଂ ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏହି ତିନୋଟି ଆଇନ୍‌କୁ ବିରୋଧ କରି ଏକ ସ୍ମାରକପତ୍ର ପଠାଯାଇଛି । ଧାରଣା ସ୍ଥଳରେ ଏହି ଆଇନ୍‌ର ନକଲକୁ ମଧ୍ୟ ପୋଡାଯାଇଥିଲା । ଏଆଇକେକେଏମ୍‌ଏସ ସ୍ଥାନୀୟ ନେତୃମଣ୍ଡଳ ପକ୍ଷରୁ ପର୍ଶୁରାମ ଲେଙ୍କା, ରାମଚନ୍ଦ୍ର ଶଙ୍ଖୁଆ, ଅନାମ ସାମଲ, ପିତାମ୍ବର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.