Home ଉପ ନିର୍ବାଚନ ଉପ-ନିର୍ବାଚନ ପରିଚାଳନା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ଉପ-ନିର୍ବାଚନ ପରିଚାଳନା ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

87

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ଉପ-ନିର୍ବାଚନର ଉପଯୁକ୍ତ ପରିଚାଳନା ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଶିବିରରେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ୧୦ଜଣ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅକ୍ଟୋବର ୩ତାରିଖ ଦିନ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବି-ପି-ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଫ୍ଟୱେର ଇଞ୍ଜିନିୟର ଇଦରିସ ପ୍ରମୁଖ ଯୋଗଦେଇଥିବା ବେଳେ ଅକ୍ଟୋବର ଆଜିର ପ୍ରଶିକ୍ଷଣରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, କ୍ରୀଡା ଓ ଯୁବ ସେବା ବିଭାଗ ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ରାମକୃଷ୍ଣ ଟୁଙ୍ଗ ପ୍ରମୁଖ ଅଂଶଗ୍ରହଣ କରି ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ବୁଝାଇଥିଲେ। ବିଶେଷ କରି ଉପ-ନିର୍ବାଚନର ଉତ୍ତମ ପରିଚାଳନା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ, ନିର୍ବାଚନୀ ଖର୍ଚ୍ଚ, ଆଇନଶୃଙ୍ଖଳା, ଇଭିଏମ-ଭିଭିପାଟ୍‌ର ବ୍ୟବହାର, ସମ୍ବେଦନଶୀଳ ବୁଥ ପାଇଁ ବ୍ୟବସ୍ଥା, ବୁଥ୍ ପରିଚାଳନା, କୋଭିଡ୍ କଟକଣା ଅନୁଯାୟୀ ନିର୍ବାଚନ ପରିଚାଳନା ଇତ୍ୟାଦି ଉପରେ ଏହି କାର୍ଯ୍ୟକ୍ରମ କେନ୍ଦ୍ରୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫ଜଣ ଜିଲ୍ଲାସ୍ତରୀୟ ଓ ବିଧାନସଭା ନିର୍ବାଚନମଣ୍ଡଳସ୍ତରୀୟ ମାଷ୍ଟର ଟ୍ରେନର ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ ପରେ ସେମାନେ ପ୍ରିଜାଇଡିଂ ଅ‘ିସର ଓ ପୋଲିଂ ଅ‘ିସରମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ସହିତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲାପାଳ କେ- ସୁଦର୍ଶନ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ସମ୍ପର୍କରେ ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ। ଏହି ଦୁଇଦିନିଆ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ପିଡି-ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.