Home ଓଡ଼ିଶା ଉପାନ୍ତ ଅଞ୍ଚଳର ବିକଳ ଚିତ୍ର : ଗର୍ଭବତୀଙ୍କୁ ଖଟିଆରେ ବୋ‌ହି ନଦୀ ପାର କଲେ ସଂପର୍କୀୟ

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର : ଗର୍ଭବତୀଙ୍କୁ ଖଟିଆରେ ବୋ‌ହି ନଦୀ ପାର କଲେ ସଂପର୍କୀୟ

24

ନବରଙ୍ଗପୁର ୨୯-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଖଟିଆରେ ବୁହା ହୋଇ ଭରା ନଦୀ ଗର୍ଭବତୀଙ୍କୁ ପାର କଲେ ସମ୍ପର୍କୀୟ। ସ୍ବାସ୍ଥ୍ୟ ବିଭାଗର ଏହି ଦାରୁଣ ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲାରୁ। ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧ କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ଗ୍ରାମ ଦୁଇମହାଲ ସାହିରେ।

ଘଟଣା ଅନୁଯାୟୀ, ଦୁଇମହାଲ ସାହିର ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରା (୨୦) ପ୍ରସବ ବେଦନା ଅନୁଭବ କରିବାରୁ ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ। ଉଷାବତୀ ତୁରନ୍ତ ପହଞ୍ଚି ନଳିନୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍‌ସ ଦୁଇମହାଲ ସାହି ଅଭିମୁଖେ ବାହାରିଥିଲା। କିନ୍ତୁ ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବା ବେଳେ ବର୍ଷା ଯୋଗୁ ଏହି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା। ପରେ ଆମ୍ବୁଲାନ୍‌ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ। ନଦୀ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ। ପରେ ଉଷାବତୀଙ୍କୁ ଖଟିଆରେ ବୋହି ନଦୀ ପାର କରାଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ। ଶେଷରେ ଉଷାବତୀଙ୍କୁ ଆମ୍ବୁଲାନ୍‌ସରେ ଅଣାଜାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାର ପ୍ରାୟ ଦୁଇ ଘଣ୍ଟା ପରେ ଉଷାବତୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ବର୍ତ୍ତମାନ ନବଜାତ ଶିଶୁ ଓ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡ଼ିଛି।ଏ ଅଞ୍ଚଳ ପାଇ ଉକ୍ତ ନଦି ଉପରେ ବ୍ରିଜ ନିର୍ମାଣର ଆବଶ୍ୟକତା ରହି ଥିବାରୁ, ପ୍ରଶାସନ ପାଖରେ ଗୁହାରି କରିଛାନ୍ତିଏ ଅଞ୍ଚଳବାସୀ।ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏ ଅଞ୍ଚଳବାସୀ ମାନଙ୍କ ପାଇଁ କେବେ ନିର୍ମାଣ କରୁଛି ବ୍ରିଜ୍।ଡ୍ରାଇଭର୍ ଙ୍କ ମାନବିକତାକୁ ଭୁୟସି ପ୍ରସନ୍ଶା କରିଛନ୍ତି ଏ ଅଞ୍ଚଳବାସୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.